Dailyhunt
କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ପଟ୍ଟନାୟକ: ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ପଟ୍ଟନାୟକ: ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

କେନ୍ଦୁଝର,୬।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ବିଜେଡି ନେତା ପ୍ରମୋଦ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାଙ୍କ ନାମ ଘୋଷଣା କରିଛନ୍ତି। ଛାତ୍ର ଜୀବନରୁ ରାଜନୀତି
କ୍ୟାରିୟର ଆରମ୍ଭ କରିଥିବା ପ୍ରମୋଦଙ୍କ ଘର ସ୍ଥାନୀୟ ସଦର ବ୍ଲକ ବୋଦାପଳସା ଗ୍ରାମ।

ତାଙ୍କ ନାମ ଘୋଷଣା ପରେ ଶୁଭେଚ୍ଛୁ, ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଦେଖା ଦେଇଛି। ତାଙ୍କର ଦଳ ପ୍ରତି ନିଷ୍ଠା ଓ ଲଭ ବ୍ୟବହାର, ଆଚରଣ ତଥା ସେବା ମନୋଭାବ ପାଇଁ ତାଙ୍କର ସ୍ବତନ୍ତ୍ର ଲୋକପ୍ରିୟତା ରହିଛି । ଏହି ଅବସରରେ ନବୀନ ଖୋର୍ଦ୍ଧା ଓ ବାଲେଶ୍ବରର ଜିଲା ସଭାପତି ଭାବେ ଯଥାକ୍ରମେ ରାଜେନ୍ଦ୍ର ସାହୁ ଓ ଜ୍ୟୋତି ପାଣିଗ୍ରାହୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏହାବ୍ୟତୀତ ଖୋର୍ଦ୍ଧା,
ବାଲେଶ୍ବର, ଅନୁଗୁଳ, ବୌଦ୍ଧ ଓ ଢେଙ୍କାନାଳ ଜିଲାର କାର୍ଯ୍ୟକାରୀ ସଭାପତି ଭାବେ ମନ୍ମଥ ରାଉତରାୟ, ଗୌତମବୁଦ୍ଧ ଦାସ, ନଳିନୀ ପ୍ରଧାନ, ମହୀଧର ରଣା ଓ ନରୋତ୍ତମ ସାହୁଙ୍କ ନାମ ଘୋଷଣା କରାଯାଇଛି। ପ୍ରମୋଦ ପଟ୍ଟନାୟକଙ୍କ ନୂଆ ପଦବୀ ପରେ କେନ୍ଦୁଝର ବିଜେଡିିର କର୍ମୀ ମହଲରେ ଖୁସି ଓ ଉତ୍ସାହ ଖେଳିଯାଇଛି ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri