Dailyhunt
ଖାନ୍‌ ମାର୍କେଟରେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌

ଖାନ୍‌ ମାର୍କେଟରେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌

ନୂଆଦିଲ୍ଲୀ, ୨୪।୧: ଜାନୁୟାରୀ ୨୬ ପୂର୍ବରୁ ରାଜଧାନୀ ଦିଲ୍ଲୀର ଖାନ୍‌ ମାର୍କେଟ ଅଞ୍ଚଳରେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌ ଦିଆଯାଉଥିବା ଘଟଣା ନେଇ ପୋଲିସ ଆକ୍ସନ୍‌ ମୋଡରେ ରହିଛି। ଶନିବାର-ରବିବାର ରାତ୍ର ୧ଟାରେ ତୋଗଲକ ରୋଡ୍‌ଠାରେ ଥିବା ପିିସିଆର୍‌ ଭ୍ୟାନ୍‌କୁ ଖବର ମିଳିଥିଲା ଯେ, ଖାନ୍‌ ମାର୍କେଟ ଅଞ୍ଚଳରେ କିଛି ଲୋକ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯାଉଛି। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ୩ ଯୁବତୀ, ୨ ଯୁବକ ଏବଂ ଜଣେ ଛୋଟପିଲା ଥିଲେ। ପୋଲିସ ସେମାନଙ୍କୁ ପଚରା ଉଚରା ଆରମ୍ଭ କରିଥିଲା। ଇଣ୍ଡିଆ ଗେଟ୍‌ ବୁଲିବାକୁ ଆସିଥିବା ସେମାନେ କହିଥିଲେ। ଭଡ଼ାରେ ୟୁଲୁ ବାଇକ୍‌ ଆଣି ସେମାନେ ରେସ୍‌ ଲଗାଇଥିଲେ। ରେସ୍‌ରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କ ନାମ ବିଭିନ୍ନ ଦେଶ ନାମରେ ନାମିତ କରିଥିଲେ। ରେସ୍‌ରେ ପାକିସ୍ତାନ ନାମ ଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ଲାଗି ସେମାନେ ଏଭଳି ସ୍ଲୋଗାନ୍‌ ଦେଇଥିବା କହିଥିଲେ।

ପୋଲିସ ପକ୍ଷରୁ ସମ୍ପୃକ୍ତ ଯୁବତୀ-ଯୁବକଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପଚରା ଉଚରା କରୁଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri