Saturday, 23 Jan, 2.12 pm ଧରିତ୍ରୀ

ହୋମ
ଖାନ୍‌ନଗରରେ ନିର୍ମାଣ ହେବ ବିଶ୍ୱସ୍ତରୀୟ 'ନେତାଜୀ ବସ୍‌ ଟର୍ମିନାଲ': ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଖାନ୍‌ନଗର ଅଞ୍ଚଳର ୧୨ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ବସ୍‌ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶନିବାର ଆୟୋଜିତ ସମାରୋହରେ ସେ ନେତାଜୀଙ୍କ ବଳିଦାନକୁ ମନେ ପକାଇଛନ୍ତି। ଟର୍ମିନାଲଟି ବିଶ୍ୱସ୍ତରୀୟ ହେଉଥିବାରୁ ଏଠାରେ ନେତାଜୀଙ୍କ ଆଦର୍ଶର ପ୍ରଚାର ହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ଉକ୍ତ ବସ୍‌ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ନିମନ୍ତେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ବସ୍‌ଷ୍ଟାଣ୍ଡକୁ ଲାଗି କରି ଥିବା ରିଂ ରୋଡକୁ ୨ କିମି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ୬ ଲେନ୍‌ ବିଶିଷ୍ଟ କରାଯିବ। ଏହି ପ୍ରକଳ୍ପକୁ ଦେଢ଼ ବର୍ଷ ମଧ୍ୟରେ ଶେଷ ହେବାକୁ ଯୋଜନା ରହିଛି। ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ। ଏଠାରେ ୧୮୦ ବସ୍‌ ପାର୍କିଂର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ରାଜ୍ୟ ସରକାରଙ୍କ ଅର୍ବାନ ଡିପାର୍ଟମେଣ୍ଟ ପକ୍ଷରୁ ଏହାର ବ୍ୟୟବରାଦ କରାଯାଇଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ସିଡିଏକୁ ଦିଆଯିବାକୁ ସ୍ଥିର ହୋଇଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Dharitri
Top