ନୂଆଦିଲ୍ଲୀ,୨୬।୫ (ପି.ଟି.): ଏବେକାର କୋଭିଡ୍-୧୯ ମହାମାରୀ ପରିସ୍ଥିତିରେ ଜୈବ- ସୁରକ୍ଷିତ ବାତାବରଣରେ କ୍ରିକେଟ ଆରମ୍ଭ କରିବାର ଅଭିଳାଷ ନିହାତି ଅବାସ୍ତବ। ଏକଥା କହିଛନ୍ତି ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ। ଏହି କ୍ରମରେ ସେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଦ୍ୱାରା ଆରମ୍ଭ କରାଯାଇଥିବା କ୍ରିକେଟ ପ୍ରକ୍ରିୟାକୁ ସେ ନାପସନ୍ଦ କରିଛନ୍ତି। କୋଭିଡ୍-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଇସିବି ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ ଜୈବ- ସୁରକ୍ଷିତ ବାତାବରଣରେ ଆୟୋଜନ କରିବାକୁ ଘୋଷଣା କରିଛି। ତେବେ ଡ୍ରାଭିଡ୍ ଇସିବିର ଏହି ନିଷ୍ପତ୍ତି ଠିକ୍ ନୁହେଁ। ବର୍ତ୍ତମାନର ପରିସ୍ଥିତିରେ ଏଭଳି ଅଭିଳାଷ ପୋଷଣ କରିବା ନିହାତି ଅବାସ୍ତବ ବୋଲି ସେ କହିଛନ୍ତି। ଇସିବି ନିକଟରେ ଆଉ କୌଣସି କ୍ରିକେଟ କାର୍ଯ୍ୟସୂଚୀ ନାହିଁ।