Dailyhunt
କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

କୋମାରେ ଇରାନର ସୁପ୍ରିମ ଲିଡର? କାହିଁକି ବ୍ୟାପିଛି ଏଭଳି ଖବର? ଜାଣନ୍ତୁ ଏହା ପଛର କାରଣ

ତେହରାନ,୭।୪: ବ୍ରିଟିଶ ଖବରକାଗଜ ଦି ଟାଇମ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ ମୋଜତାବା ଖାମେନେଇ ଅଚେତ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କjର ଏହି ଅବସ୍ଥାରେ ଚିକିତ୍ସା ଚାଲିଛି। ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ସେ ଆମେରିକା-ଇସ୍ରାଏଲର ବିମାନ ଆକ୍ରମଣରେ ସେ ଆହତ ହୋଇଥିଲେ ଏବଂ ଏହି ଆକ୍ରମଣରେ ତାଙ୍କ ପିତା, ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା।

ଇରାନର ନୂତନ ସର୍ବୋଚ୍ଚ ନେତା, ମୋଜତାବା ଖାମେନେଇଙ୍କ ସମ୍ପର୍କରେ ଏହି ସୂଚନା ଏକ କୂଟନୈତିକ ଚାଲ ଭାବେ ପ୍ରଦାନ କରାଯାଇଥିଲା। ଏହି ଚାଲ ଆମେରିକା ଏବଂ ଇସ୍ରାଏଲୀ ଏଜେନ୍ସିଗୁଡ଼ିକରୁ ମିଳିଥିବା ଗୁପ୍ତ ସୂଚନା ଉପରେ ଆଧାରିତ ଏବଂ ଉପସାଗରୀୟ ଅଞ୍ଚଳରେ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହିତ ଶେୟାର କରାଯାଇଛି।
ସୂଚନାଯୋଗ୍ୟ, ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଆମେରିକା ବାରମ୍ବାର ଇରାନକୁ ଟାର୍ଗେଟ କରି ଚାଲିଛି। ଆଉ ଠିକ ଏହି ସମୟରେ ଇରାନର ସୁପ୍ରିମ ଲିଡର ଚୁପ ରହିବା ନେଇ ଅନେକ ପ୍ରଶ୍ନ ଉଙ୍କିମାରୁଛି। ତେଣୁ କୁହାଯାଉଛି କି ଯେହେତୁ ସେ ଏୟାର ଷ୍ଟ୍ରାଇକରେ ଆହତ ହୋଇଥିଲେ ହୁଏତ ସେ କୋମାକୁ ଚାଲିଯାଇପାରିଥାଆନ୍ତି। ହେଲେ ଏହାର ସତ୍ୟତା କିଛି ଜଣାପଡି ନାହିଁ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri