Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି ୩ ବ୍ଲକ ଅଞ୍ଚଳରେ ୭ଟି ଘର ଭାଙ୍ଗିଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ରବିବାର ଜିଲାର ହାରାହାରି ବର୍ଷା ପରିମାଣ ୯୭.୯୬ ମିମି ରହିଛି।

ସର୍ବାଧିକ ୧୪୨.୨ ମିମି ବର୍ଷା ବୋରିଗୁମ୍ମା ବ୍ଲକରେ ରେକର୍ଡ ହୋଇଛି।

ସେହିପରି ଜୟପୁରରେ ୧୩୦.୪ ମିମି, କୋରାପୁଟରେ ୧୨୭.୨ ମିମି, ସେମିଳିଗୁଡ଼ାରେ ୧୨୭.୧ ମିମି, ବୈପାରୀଗୁଡ଼ାରେ ୧୨୧.୦ ମିମି, ଲମତାପୁଟରେ ୧୧୯.୩ ମିମି, ଦଶମନ୍ତପୁରରେ ୧୧୪.୦ ମିମି ଏବଂ କୁନ୍ଦ୍ରାରେ ୧୦୦.୬ ମିମି ବର୍ଷା ହୋଇଛି। ଏତଦ୍‌ବ୍ୟତୀତ ଲକ୍ଷ୍ମୀପୁରରେ ୮୯.୨ ମିମି, ନାରାୟଣପାଟଣାରେ ୭୩.୨ ମିମି, କୋଟପାଡ଼ରେ ୭୨.୦ ମିମି, ପଟ୍ଟାଙ୍ଗିରେ ୬୯.୨ ମିମି, ନନ୍ଦପୁରରେ ୫୫.୦ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସୂଚନା ଜିଲା ଜରୁରୀକାଳିନ ପରିଚାଳନା କେନ୍ଦ୍ର କୋରାପୁଟ ପକ୍ଷରୁ କୁହାଯାଇଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri