Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ସ୍ବାମୀଙ୍କ ଜୀବନ ଗଲା, ସ୍ତ୍ରୀ ଗୁରୁତର

ଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଲାଗି ରହିଛି ବର୍ଷା। ଲଗାଣ ବର୍ଷା ଗରିବ ଲୋକଙ୍କ ପାଇଁ ସତେ ଯେମିତି କାଳ ସାଜିଛି। ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁ କାନ୍ଥପଡ଼ି ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ୍‌ ପଥର୍ଲା ପଞ୍ଚାୟତ ଲୁହୁରେନପାଲି ଗାଁରେ।

ଶନିବାର ରାତିରେ ୬୫ ବର୍ଷୀୟ ବୃଦ୍ଧ ଗଣ୍ଡାରାମ କୁମ୍ଭାର ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ନିଜ ଝାଟିମାଟି ଘରେ ଶୋଇଥିଲେ। ପ୍ରବଳ ବର୍ଷା ଯୋଗୁ ଘରର କାନ୍ଥ ଭାଙ୍ଗି ଯାଇଥିଲା। ଘରର କାନ୍ଥ ପଡ଼ିଯିବା ପରେ ଶୋଇଥିବା ଅବସ୍ଥାରେ ସ୍ବାମୀ ସ୍ତ୍ରୀ ଦୁଇଜଣ ଚାପି ହୋଇଯାଇଥିଲେ। ଆଜି ସକାଳୁ ପଡ଼ୋଶୀ ଦେଖିବା ପରେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ। କିନ୍ତୁ ଘଟଣାସ୍ଥଳରେ ଗଣ୍ଡାରାମଙ୍କର ଜୀବନ ଚାଲିଯାଇଥିଲା। ପୁଇଁତଳା ପୋଲିସ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri