Dailyhunt
ମା'-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ମା'-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି। ଅଭିଯୁକ୍ତ ହେଲେ ଦାରିଙ୍ଗବାଡି ଥାନା ଅଞ୍ଚଳର ପ୍ରତାପ ଚନ୍ଦ୍ର ସାହୁ ବୋଲି ସରକାରୀ ଓକିଲ ଉମେଶ କର କହିଛନ୍ତି। ଏହି ଆଦେଶ ଦେଇଛନ୍ତି ପ୍ରଥମ ଶ୍ରେଣୀ ବିଚାର ବିଭାଗର ବିଚାରପତି ଶ୍ରେୟା ଶତପଥୀ।

ପ୍ରକାଶ ଯେ, ଦାରିଙ୍ଗବାଡି ଥାନାରେ ଗତ ୨୦୨୨ ଏପ୍ରେଲ ୨୬ରେ ଘରୋଇ ହିଂସା ନେଇ ଅଭିଯୋଗ ହୋଇଥିଲା। ଘରର ବଡ଼ ପୁଅ ପ୍ରତାପ ତାଙ୍କ ସାନ ଭାଇ ଏବଂ ମା'ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା ଥାନା କେଶ ନଂ (୭୨/୨୨)ମାମଲା ରୁଜୁ ହୋଇଥିଲା ପରେ ଏହା କୋର୍ଟ କେଶ ନଂ (୧୦୮/୨୦୨୨) ବିଚାର ବିଭାଗରେ ଉଭୟ ପକ୍ଷର ଶୁଣାଣି କରି ସାକ୍ଷ୍ୟ ପ୍ରମାଣକୁ ବିଚାର କରି ଏହି ଦଣ୍ଡାଦେଶ ହୋଇଥିଲା। ଏହି ମାମଲାକୁ ସରକାରୀ ଓକିଲ ଉମେଶ କର ଏବଂ ପ୍ରଦୀପ କୁମାର ସାହୁ ପରିଚାଳନା କରୁଥିଲେ। ଘରୋଇ ହିଂସାକୁ ନେଇ ଦଣ୍ଡଦେଶ ଏହା ଉକ୍ତ ଥାନା ଅଞ୍ଚଳରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri