Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ ।ଭାବେ ପୋଡ଼ି ନଷ୍ଟ ହୋଇଯାଇଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ପାଇ ପାରାଦୀପ ବନ୍ଦର ଅଗ୍ନିଶମ ବାହିନୀ ଓ କୁଜଙ୍ଗ ଅଗ୍ନିଶମ ବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ଅଗ୍ନିକାଣ୍ଡରେ ସମ୍ପୃକ୍ତ ଟ୍ରଲରଟି ନଷ୍ଟ ହୋଇଯାଇଛି।ସୌଭାଗ୍ୟବଶତଃ, ନିକଟରେ ଥିବା ଅନ୍ୟ ବୋଟ୍‌ଗୁଡ଼ିକ ଅଳ୍ପକେ ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ମେରାଇନ୍ ପୋଲିସ ଓ ବୋଟ୍‌ ମାଲିକମାନେ ପହଞ୍ଚି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

ପୋଡ଼ିଯାଇଥିବା ଟ୍ରଲରଟିର ନାମ 'ଲକ୍ଷ୍ମୀ ଦେବୀ' ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଏହି ପୋତାଶ୍ରୟରେ ଅଗ୍ନିକାଣ୍ଡ ଘଟି ୭ରୁ ଅଧିକ ଟ୍ରଲର ଓ ଡଙ୍ଗା ପୋଡ଼ିଯାଇଥିଲା। ଏହାକୁ ନେଇ ମାଛଧରା ବନ୍ଦର ପୋତାଶ୍ରୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri