Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଡେଲଙ୍କୁ ଛୁରିଭୁସି ହତ୍ୟା

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ ଉକ୍ତ ଯୁବତୀ ଘରେ ଏକୁଟିଆ ଥିବାବେଳେ ଅଭିଯୁକ୍ତ ପ୍ରବେଶ କରି ଏକାଧିକ ଥର ଛୁରାମାଡ଼ କରିଥିଲେ।

ଗୁରୁତର ଅବସ୍ଥାରେ ମୁସ୍କାନଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଭିଯୁକ୍ତ ଇମ୍ରାନ୍‌ ଜଣେ ଜିମ୍‌ ପ୍ରଶିକ୍ଷକ। ସେ ନିଖୋଜ ହୋଇଯାଇଥିବାବେଳେ ତାଙ୍କୁ ଧରିବା ପାଇଁ ଏକାଧିକ ପୋଲିସ୍‌ ଟିମ୍‌ ତନାଘନା ଚଳାଇଛନ୍ତି। ଇମ୍ରାନ୍‌ ମୁସ୍କାନଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri