Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟ ହେଲେ ଭାରତୀୟ ବଂଶୋଦ୍ଭବ ଅମିଶ ଶାହା

ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟ ହେଲେ ଭାରତୀୟ ବଂଶୋଦ୍ଭବ ଅମିଶ ଶାହା

ଓ୍ବାଶିଂଟନ,୫ା୧୧: ଭାରତୀୟ ବଂଶୋଦ୍ଭବ ୪୮ ବର୍ଷୀୟ ଡାକ୍ତର ଅମିଶ ଶାହା ଆରିଜୋନାର ପ୍ରଥମ କଂଗ୍ରେସ ନିର୍ବାଚନ ମଣ୍ଡଳୀରୁ ୟୁଏସ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ନିର୍ବାଚନରେ ବିଜୟୀ ହୋଇଛନ୍ତି। ୟୁଏସ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସକୁ ନିର୍ବାଚିତ ହେବାରେ ଶାହା ୬ଷ୍ଠ ଭାରତୀୟ ଆମେରିକୀୟ ହୋଇଛନ୍ତି। କଂଗ୍ରେସରେ ଆରିଜୋନାର ପ୍ରତିନିଧିତ୍ୱ କରିବାରେ ନିଜ ସମୁଦାୟର ପ୍ରଥମ ବ୍ୟକ୍ତି ଭାବେ ଇତିହାସ ରଚିଛନ୍ତି।

ଆରିଜୋନା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୩ ଥର ସଦସ୍ୟ ରହିଥିବା ଶାହା ନ୍ୟାଶନାଲ ଫୁଟବଲ ଲିଗର ପୂର୍ବତନ ଖେଳାଳି ତଥା ରିପବ୍ଲିକାନ ପ୍ରାର୍ଥୀ ଜେ ଫିଲିଙ୍କୁ ପରାଜିତ କରିଛନ୍ତି, ଯାହାଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମର୍ଥନ କରିଥିଲେ।

ଶାହା ଏବଂ ଫିଲିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା, ଯେଉଁଥିରେ ଡେମୋକ୍ରାଟ ପ୍ରାର୍ଥୀ ଶାହ ୫୨.୪୯ ପ୍ରତିଶତ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୪୫.୪୫ ପ୍ରତିଶତ ଭୋଟ ପାଇଛନ୍ତି। ଆରିଜୋନାର ପ୍ରଥମ କଂଗ୍ରେସ ନିର୍ବାଚନମଣ୍ଡଳୀରେ ଶାହାଙ୍କ ଏହି ବିଜୟ ପାଇଁ 'ଇଣ୍ଡିଆନ ଆମେରିକାନ ଇମ୍ପାକ୍ଟ' ତାଙ୍କୁ ଅଭିନନ୍ଦନ ଜଣାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri