Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଗଣା ଚାର୍ଜିଂ କରିବା କର୍ମଚାରୀଙ୍କ ନିତିଦିନିଆ ଅଭ୍ୟାସ, ବିଭାଗକୁ ବିଲ୍‌ ବାବଦରେ ଲକ୍ଷାଧିକ ଟଙ୍କା ପୈଠ

ମାଗଣା ଚାର୍ଜିଂ କରିବା କର୍ମଚାରୀଙ୍କ ନିତିଦିନିଆ ଅଭ୍ୟାସ, ବିଭାଗକୁ ବିଲ୍‌ ବାବଦରେ ଲକ୍ଷାଧିକ ଟଙ୍କା ପୈଠ

ହାଟଡ଼ିହୀ,୪l୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀମାନେ ମାଗଣାରେ ନିଜ ନିଜର ୨ ଏବଂ ୪ ଚକିଆ ବିଦ୍ୟୁତ୍‌ଚାଳିତ ଗାଡ଼ିର ବ୍ୟାଟେରି ଚାର୍ଜିଂ କରୁଛନ୍ତି। ମାଗଣାରେ ଚାର୍ଜିଂ କରିବା କର୍ମଚାରୀଙ୍କ ଏକ ନିତିଦିନିଆ ଅଭ୍ୟାସ ହୋଇଗଲାଣି। ବ୍ଲକ୍‌ ତରଫରୁ ବିଦ୍ୟୁତ୍‌ ବିଭାଗକୁ ଲକ୍ଷାଧିକ ଟଙ୍କାର ବିଲ୍‌ ବାବଦରେ ପୈଠ କରାଯାଉଛି।

କିନ୍ତୁ କର୍ମଚାରୀମାନେ ବ୍ଲକ୍‌ରେ ନିଜ ବିଦ୍ୟୁତ୍‌ଚାଳିତ ଗାଡ଼ିର ବ୍ୟାଟେରି ଚାର୍ଜିଂକରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଆର୍ଥିକ ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ କର୍ମଚାରୀମାନେ ନିଜର ଗାଡ଼ି ବ୍ୟାଟେରିକୁ ଘରେ ଚାର୍ଜିଂ କରୁନାହାନ୍ତି। ବିନା ବାଧାରେ ବ୍ଲକ୍‌ ପରିସରରେ ଚାର୍ଜିଂ କରୁଛନ୍ତି। କେତେଜଣ କର୍ମଚାରୀ ନିଜ ଗାଡ଼ିର ବ୍ୟାଟେରିକୁ ବାହାରକରି ବ୍ଲକ୍‌ ଅଫିସ ଗୃହ ଭିତରେ ଲୁଚାଣିଆଁ ଚାର୍ଜିଂ କରୁଛନ୍ତି। ଆଉ କିଏ ନିିର୍ଭୟରେ ବ୍ଲକ୍‌ ଅଫିସ ଗୃହ ବାହାରେ ଲମ୍ବା ତାର ଯୋଡ଼ି ଚାର୍ଜିଂ କରୁଛନ୍ତି। ଏଥିପ୍ରତି ବ୍ଲକ୍‌ କର୍ତ୍ତୃପକ୍ଷ ନଜର ନ ଦେଇ ମାସ ପୂରିଲେ କେବଳ ବିଦ୍ୟୁତ୍‌ ବିଲ୍‌ ପୈଠ କରୁଛନ୍ତି l ବୁଧବାର ବ୍ଲକ୍‌ ପରିସରରେ ନୂତନଭାବେ ନିର୍ମିତ ହୋଇଥିବା ୨ ମହଲା ବିଶିଷ୍ଟ କର୍ମଚାରୀ ଆବାସିକ ଗୃହ ନିକଟରେ ଏକ ଚାରି ଚକିଆ ବିଦ୍ୟୁତ୍‌ଚାଳିତ ଗାଡ଼ି ବ୍ୟାଟେରିକୁ ଚାର୍ଜିଂ କରାଯାଉଥିବା ଦେଖିବାକୁ ମିଳିଥିଲା l
ତେବେ ଏହି ଗାଡିଟି ବ୍ଲକ୍‌ର ଜଣେ ସହକାରୀ ଯନ୍ତ୍ରୀଙ୍କର ବୋଲି କୁହାଯାଉଛି। ବିଡିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି, ବ୍ଲକ୍‌ରେ ବ୍ୟାଟେରି ଚାର୍ଜକରିବା ଠିକ୍‌ ନୁହେଁ। ସେ ଏ କଥା ଜାଣି ନ ଥିଲେ। ବିଦ୍ୟୁତ୍‌ ବିଲ୍‌ ପ୍ରତି ମାସରେ ପୈଠ କରାଯାଉଛି। ସେ ଯାଞ୍ଚ କରିବେ ବୋଲି କହିଥିଲେ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri