ଭୋପାଳ,୨୪ ।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଭାରତୀୟ ଜନତା ପାର୍ଟି(ଭାଜପା) ବହୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖାଯାଇଥିଲା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଅବସରରେ ରୋଡ ଶୋ'ରେ ଯୋଗ ଦେଇଥିଲେ । ନେତାଜୀଙ୍କ ଜୟନ୍ତିକୁ ନେଇ ମଧ୍ୟପ୍ରଦେଶ ଇନ୍ଦୋରରେ ଭାଜପା ଏମ୍ପି ଶଙ୍କର ଲାଲୱାନି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ । ସେଠାରେ ସେ ଜନତାଙ୍କୁ ସମ୍ବୋଧନ କରିବା ସମୟରେ ମଞ୍ଚ ଉପରେ 'ନେତାଜୀ'ଙ୍କ ନାଁ ଭୁଲି ଯାଇଥିଲେ । ସେଠାରେ ସେ ନେତାଜୀଙ୍କ ନାମ ପରିବର୍ତ୍ତେ ଅମର ଶହୀଦ ଚନ୍ଦ୍ରଶେଖର ଆଜାଦଙ୍କ ନାଁ ନେଇଥିଲେ । ହେଲେ ସେ ଏହା ଜାଣି ପାରିବା ପରେ ତୁରନ୍ତ ଭ୍ରମ ସଂଶୋଧନ କରି ଦେଇଥିଲେ ।function catchException() {try{ twitterJSDidLoad(); }catch(e){}} function getAndroidVersion(ua) {ua = (ua || navigator.userAgent).toLowerCase(); var match = ua.match(/android\\s([0-9\\.]*)/);return match ? match[1] : false;}; var versions='4.2.2'; var versionArray=versions.split(',');var currentAndroidVersion=getAndroidVersion();if(versionArray.indexOf(currentAndroidVersion)!=-1){var blocks = document.getElementsByTagName('blockquote'); for(var i = 0; i