Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ମହିଳା ବିଶ୍ୱକପ୍‌ ଇତିହାସରେ ଏହା ଭାରତ ପାଇଁ ସର୍ବବୃହତ୍‌ ବିଜୟ। ଏହି ବିଜୟ ଯୋଗୁ ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ଦଳର ସ୍ଥାନ ପ୍ରାୟତଃ ନିଶ୍ଚିତ ହୋଇଛି।

ଭାରତ ଏବେ ଦୁଇ ମ୍ୟାଚ୍‌ରୁ ୪ ପଏଣ୍ଟ ସହ ଗ୍ରୁପ୍‌ ଶୀର୍ଷରେ ରହିଛି। ସମାନ ୨ ମ୍ୟାଚ୍‌ରୁ ୪ ପଏଣ୍ଟ ହାସଲ କରିଥିବା ଚାଇନା ଗୋଲ ବ୍ୟବଧାନରେ ଭାରତଠାରୁ ପଛରେ ରହିଥିବାରୁ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ଦଳ ଆସନ୍ତା ୨୦ ତାରିଖରେ ତୃତୀୟ ତଥା ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ଭେଟିବ।

ରୌପ୍ୟ ପଦକଧାରୀ ଚାଇନା ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୨-୨ ଗୋଲରେ ବରାବର ରଖିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଓହ୍ଲାଇଥିଲା। ମ୍ୟାଚ୍‌ର ୧୧ଶ ମିନିଟ୍‌ରେ ସୁନେଲିତାଙ୍କ ଗୋଲ ଜରିଆରେ ଭାରତ ଖାତା ଖୋଲିଥିଲା।

ଦ୍ୱିତୀୟ କ୍ୱାର୍ଟରର ୧୭ତମ ମିନିଟ୍‌ରେ ନବନୀତ କୌର ଏକ ଚମତ୍କାର ଫିଲ୍ଡ ଗୋଲକରି ଭାରତକୁ ୨-୦ ଗୋଲର ଅଗ୍ରଣୀ ଆଣିଦେଇଥିଲେ। ୨୫ତମ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ନର (ପିସି) ମିଳିଥିଲା, ଯାହାକୁ ସୁଶୀଲା ଚାନୁ ପୁଖରାମବାମ୍‌ ଗୋଲରେ ପରିଣତ କରିଥିଲେ।

ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୩-୦ ଗୋଲରେ ଆଗରେ ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ୩ଟି ଗୋଲ କରିଥିଲେ। ୩୮ତମ ମିନିଟ୍‌ରେ ଦୀପିକା ଏକ ଫିଲ୍ଡ ଗୋଲ ଦେଇଥିଲେ। ଏହାପରେ ତୃତୀୟ କ୍ୱାର୍ଟରର ଅନ୍ତିମ ଦୁଇ ମିନିଟ୍‌ରେ ଲାଲରେମ୍‌ସିଆମି (୪୪ତମ) ଓ ସାକ୍ଷୀ ରାନୀ(୪୫ତମ) ଗୋଟିଏ ଲେଖାଏ ଗୋଲ କରିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଲାଗି ଅନ୍ତିମ କ୍ୱାର୍ଟରରେ କାୟଲା ଡି ଓ୍ବାଲା ଏକମାତ୍ର ଗୋଲସ୍କୋର କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri