ମୁମ୍ବାଇ: ଡ୍ୟାନ୍ସ ପାଇଁ ବଲିଉଡ୍ରେ ବେଶ୍ ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ୍ ଶୁକ୍ରବାର ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ସରୋଜ ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ଙ୍କଠାରୁ ଆରମ୍ଭ କରି ଅନେକ ନାମକରା ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ସରୋଜଙ୍କ ବୃତ୍ତିଗତ ଜୀବନୀ ଯେତିକି ସଫଳ ବ୍ୟକ୍ତିଗତ ଜୀବନ ସେତିକି ବିବାଦପୂର୍ଣ୍ଣ। ସରୋଜଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ସେ ୪୧ ବର୍ଷୀୟ ନୃତ୍ୟ ନିର୍ଦ୍ଦେଶକ ସୋହନଲାଲ୍ଙ୍କୁ ବିବାହ କରିଥିଲେ।