Dailyhunt
ମୋହନାରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ଭାଙ୍ଗ, ବାଟରେ ମାଡ଼ିବସିଲେ ଅବକାରୀ କର୍ମଚାରୀ

ମୋହନାରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା ଭାଙ୍ଗ, ବାଟରେ ମାଡ଼ିବସିଲେ ଅବକାରୀ କର୍ମଚାରୀ

ମୋହନା,୩୦ା୪(ମନ୍ମଥ ମିଶ୍ର): ଗଜପତି ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇ ରା.ଉଦୟଗିରି ଅବକାରୀ ଓଆଇସି ଏନ୍‌. ତ୍ରିପତି ରାଓ, ମୋହନା ଅବକାରୀ କର୍ମଚାରୀ ଓ ଜିଲା ଭ୍ରାମ୍ୟମାଣ ଦଳ ସଦଳବଳ ଚଢ଼ାଉ କରି ମହେନ୍ଦ୍ରଗଡ଼ ନିକଟ ନାୟାରା ପେଟ୍ରୋଲ ପମ୍ପ ରାସ୍ତାରୁ ୧୮ କ୍ୱିଣ୍ଟାଲ ଭାଙ୍ଗ ଓ ଗାଡ଼ିକୁ ଜବତ କରିଥିବା ବେଳେ ଚାଳକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି।

ସୂଚନାନୁଯାୟୀ, ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ଗ୍ରାମର ମହିନ୍ଦ୍ର କରାଡ଼ (୨୬) ଏକ ଭ୍ୟାନ ଓଡି ଠ୨ ବିକେ ୪୯୯୩ ଯୋଗେ ଛେଲାଗଡ଼ ଗାଁରୁ ବାହାରି ମହେନ୍ଦ୍ରଗଡ଼ ଗାଁ ନିକଟ ପେଟ୍ରୋଲ ପମ୍ପ ରାସ୍ତା ଦେଇ ବ୍ରହ୍ମପୁର ଅଭିମୁଖେ ଭାଙ୍ଗ ନେଇ ଯାଉଥିବା ବେଳେ ଅବକାରୀ ଟିମ୍‌ ଚଢ଼ାଉ କରିଥିଲା। ଜରି ଅଖା ମଧ୍ୟରେ ଭର୍ତ୍ତି ହୋଇଥିବା ଭାଙ୍ଗକୁ ଓଜନ କରିବାରୁ ତାହା ୧୮ କ୍ୱିଣ୍ଟାଲ ହୋଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ମାଫିଆକୁ କୋର୍ଟ ଚାଲାଣ କରାଯିବା ସହ ଗାଡ଼ିକୁ ଜବତ କରାଯାଇଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri