ଥରେ ମନେପକାନ୍ତୁ ନା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ତଥା ଶ୍ରୀରାମ ପଣ୍ଡା-ରାମେଶ୍ୱରୀ ଅଭିନୀତ ସେହି ସୁପରହିଟ୍ ଓଡ଼ିଆ ସିନେମା 'ମାନିନୀ'କୁ। ରାଧାକୃଷ୍ଣ ଭଞ୍ଜଙ୍କ ସ୍ବର ସଂଯୋଜନାରେ ଏହାର ସମସ୍ତ ଗୀତ ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ତନ୍ମଧ୍ୟରୁ ଗୋଟିଏ ଥିଲା 'ମୁଁ ପରଦେଶୀ ଚଢ଼େଇ, ଗାଇବାର ସ୍ବପ୍ନ ନେଇ ଗାଇଯାଏ କାହା ପାଇଁ, ଜାଣେନା, ଜାଣେନା ଜାଣେନା।' ହଁ, ନିକଟରେ ପ୍ରସ୍ତୁତ ହୋଇଛି ଏକ ନୂଆ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି 'ମୁଁ ପରଦେଶୀ ଚଢ଼େଇ'। ମା' ସିଂହାସନୀ ଫିଲ୍ମସ ବ୍ୟାନରରେ ଏବଂ ଏକ୍ଜିକ୍ୟୁଟିଭ ପ୍ରଯୋଜକ ଅଶ୍ୱିନୀ ତ୍ରିପାଠୀଙ୍କ ପ୍ରଯୋଜନାରେ ଫିଲ୍ମଟି ଚଳିତ ମାସ ୧୦ରେ ପରଦା ଉପରକୁ ଆସିବାର ଯୋଜନା ରହିଛି। ଖାସ୍ କଥା ହେଲା ଏଥିରେ ନାୟକ ଅର୍ଦ୍ଧେନ୍ଦୁ ସାହୁଙ୍କୁ ଏକ ନୂଆ ହେୟାର ଷ୍ଟାଇଲରେ ଦେଖିବାକୁ ମିଳିବ।

