Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
'ମୁଁ ପୁରା ପରିଶ୍ରମ କରୁଛି.', ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

'ମୁଁ ପୁରା ପରିଶ୍ରମ କରୁଛି.', ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର ଧରିଛି । ବିଶ୍ୱକପ୍ ପରେ ମଧ୍ୟ ସୂର୍ଯ୍ୟ ଭାରତୀୟ ଦଳର ନେତୃତ୍ୱ ନେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଚୟନକର୍ତ୍ତାମାନେ ଶ୍ରେୟସ ଆୟରଙ୍କୁ ନୂଆ ଟି-୨୦ ଅଧିନାୟକ ଭାବେ ବାଛିଛନ୍ତି।

ଦଳରୁ ବାଦ୍ ପଡ଼ିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବ ହାର୍ ମାନିନାହାନ୍ତି । ନିକଟରେ ଏକ ନୂଆ ଲିଗ୍‌ର ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ କରିବା ନେଇ ନିଜ ମତ ରଖିଛନ୍ତି ।ସୂର୍ଯ୍ୟ କହିଛନ୍ତି ଯେ, ସେ ନିଜ ପକ୍ଷରୁ ସମ୍ପୂର୍ଣ୍ଣ ପରିଶ୍ରମ କରୁଛନ୍ତି ଏବଂ ଯାହା କରିବା ସମ୍ଭବ, ସେସବୁ କରୁଛନ୍ତି । ପରିସ୍ଥିତି ଠିକ୍ ରହିଲେ ସବୁକିଛି ଭଲ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତାଙ୍କ ଏହି ବୟାନରୁ ସ୍ପଷ୍ଟ ଯେ ଭାରତୀୟ ଦଳକୁ ଫେରିବାର ଆଶା ସେ ଛାଡ଼ିନାହାନ୍ତି। ସୂର୍ଯ୍ୟକୁମାରଙ୍କ ଫର୍ମ ଗତ କିଛି ସମୟ ଧରି ଚିନ୍ତାର କାରଣ ରହିଥିଲା। ଆଇପିଏଲ୍ ୨୦୨୬ରେ ମଧ୍ୟ ସେ ୧୩ଟି ଇନିଂସ୍‌ରେ ମାତ୍ର ୨୭୦ ରନ୍ କରିଥିଲେ।

ତଥାପି ଟି-୨୦ ବିଶ୍ୱକପ୍ ଜିତିବା ପରେ ତାଙ୍କୁ ତୁରନ୍ତ ଦଳରୁ ବାଦ୍ ଦିଆଯିବ ବୋଲି ଅଧିକାଂଶ କ୍ରିକେଟ୍‌ ପ୍ରଶଂସକ ଆଶା କରିନଥିଲେ। ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା ବେଳେ ସୂର୍ଯ୍ୟଙ୍କ ନାମ ନଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ଅଧିନାୟକ କରାଯାଇଛି। ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଭାରତ ମୋଟ ୭ଟି ଟି-୨୦ ମ୍ୟାଚ୍ ଖେଳିଥିଲା, ଯେଉଁଥିରୁ ୬ଟିରେ ପରାଜୟ ହୋଇଥିଲା। ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତ ୨-୦ରେ ସିରିଜ୍ ହାରିଥିଲା। ପରେ ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ଭାରତ ୩-୦ରେ ବିଜୟୀ ହୋଇ ପରାଜୟ ଧାରା ଭାଙ୍ଗିଥିଲା।

୨୦୨୧ ମାର୍ଚ୍ଚରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ୧୧୩ଟି ମ୍ୟାଚ୍ ଖେଳିଛନ୍ତି। ସେ ୩୬.୩୫ ହାରରେ ୩,୨୭୨ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୬୨.୯୪ ରହିଛି। ଏହା ସହ ସେ ୪ଟି ଶତକ ଓ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri