Dailyhunt
ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ । ଅଭିଯୋଗ ପରେ ବାରକୋଟ ଥାନା ପୋଲିସ ଶନିବାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନାଅଞ୍ଚଳ କଲା ଗ୍ରାମର ବିଜୟ ନାଏକ(୨୦) ନାମକ ଜଣେ ଯୁବକ ଉକ୍ତ ଥାନା ଅଞ୍ଚଳର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବିଭିନ୍ନ ସମୟରେ ଆପତିଜନକ କମେଣ୍ଟ ମାରିବା ସହ ତାଙ୍କୁ ପ୍ରେମ ନିବେଦନ କରିଥିଲା । ମାତ୍ର ନାବାଳିକାଳ ଜଣକ ବିଜୟର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା । ଫଳରେ ବିଜୟ ପ୍ରତିଶୋଧ ପରାୟଣ ହୋଇପଡିବା ସହ ଉକ୍ତ ନାବାଳିକାଙ୍କ ଏକ ଫଟୋକୁ ସଂଗ୍ରହ କରି ଏଡିଟଂ ମାଧ୍ୟମରେ ବିକୃତ କରିବା ସହ ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା ।

ଏକଥା ଜାଣିବାପରେ ପୀଡିତା ନାବାଳିକା ଜଣକ ଗତ ୨ ତାରିଖ ଦିନ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ବାରକୋଟ ଥାନା ପୋଲିସ ଅଭିଯୁକ୍ତ ବିଜୟ ବିରୁଦ୍ଧରେ ଆଇଟି ଆକ୍ଟ ଓ ପକ୍ସୋ ସମେତ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri