Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳ ବନ୍ୟା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା, ଏବେବି ନିଖୋଜ ଅଛନ୍ତି...

ନେପାଳ ବନ୍ୟା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା, ଏବେବି ନିଖୋଜ ଅଛନ୍ତି...

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି। ବନ୍ୟାରେ ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନେପାଳରେ ୯୮୭ ଏବଂ ଚୀନ୍‌ରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ନେପାଳ ବିପର୍ଯ୍ୟୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୯୧୬ ଜଣ ଏବେବି ନିଖୋଜ ନେଇ ବିଭାଗ ପକ୍ଷରୁ କୁହାଯାଇଛି।

ନିଖୋଜଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ରହିଛନ୍ତି। ବିପର୍ଯ୍ୟୟ ଭିତରୁ ୧୧ ହଜାର ୮୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେପାଳ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସବୁଠାରୁ ଅଧିକ ପ୍ରଭାବିତ ନୁଆକୋଟ ଜିଲାରୁ ଆସିଥିବା ଏକ ଘଟଣା ଉଦ୍ଧାରକାରୀ ଦଳକୁ ମଧ୍ୟ ହତବାକ କରିଦେଇଛି। ନୁଆକୋଟର ବିଦୁର ନଗରପାଳିକା ଅନ୍ତର୍ଗତ ବେତ୍ରାବତୀ ଗାଁରେ ଭୋଟେକୋଶୀ ନଦୀର ବନ୍ୟାଜଳ ସହ ଆସିଥିବା ମାଟି ଓ ଆବର୍ଜନା ତଳେ ଏକ ତିନି ମହଲା କୋଠା ଚାପି ହୋଇଯାଇଥିଲା। ସର୍ଚ୍ଚ ଅପରେସନ ସମୟରେ ଏହି ଘରରୁ ୨୩ଟି ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳର ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, ଘରର ଗୋଟିଏ କୋଠରୀରୁ ୨୧ଟି ମୃତଦେହ ମିଳିଥିବା ବେଳେ ଘର ବାହାରୁ ଆଉ ୨ଟି ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ହୋଇପାରିନାହିଁ। ସେମାନେ ତୀର୍ଥଯାତ୍ରୀ ହୋଇଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri