Dailyhunt
ନିଦ୍ରାହୀନତା ଆଶଙ୍କା ଦୂରକରେ ଯୋଗ

ନିଦ୍ରାହୀନତା ଆଶଙ୍କା ଦୂରକରେ ଯୋଗ

ରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଅନେକ ସମୟରେ ଅଧିକାଂଶ ଲୋକ ଚାପରେ ରହିବା ଯୋଗୁ ଶୋଇ ପାରନ୍ତି ନାହିଁ। ସେଥିପାଇଁ ସେମାନେ ନିଦ୍ରାହୀନତାର ଶିକାର ହୁଅନ୍ତି। ତେଣୁ ଏସବୁ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରତିଦିନ କିଛି ସମୟ ଯୋଗ କରନ୍ତୁ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଆମ ଶରୀରର ଯତ୍ନ ନେବାକୁ ଭୁଲିଯାଉଛେ, ଯାହା ଦ୍ୱାରା ଆମେ ଅନେକ ରୋଗର ଶିକାର ହେଉଛେ।

ତେଣୁ ଶରୀରକୁ ଫିଟ୍‌ ରଖିବାକୁ ହେଲେ ଯୋଗକୁ ହଁି ଆମକୁ ବିକଳ୍ପ ଭାବେ ଆପଣେଇବାକୁ ପଡ଼ିବ। ଯୋଗ କରିବା ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ତା'ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ମଧ୍ୟ ଶକ୍ତ ହୋଇଥାଏ। ରକ୍ତଚାପକୁ ମଧ୍ୟ ଏହା ସନ୍ତୁଳିତ ଅବସ୍ଥାରେ ରଖେ। ମାନସିକ ଭାରସାମ୍ୟ ଠିକ୍‌ ରଖିବା ଓ ସ୍ମରଣ ଶକ୍ତି ବଢ଼ାଇବା ଦିଗରେ ମଧ୍ୟ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri