Sunday, 05 Jul, 4.43 pm ଧରିତ୍ରୀ

ହୋମ
ନିଜ ଠାରୁ ୭ ବର୍ଷ ବଡ ଧୋନୀଙ୍କ ପ୍ରେମରେ କେମିତି ପଡିଥିଲେ ସାକ୍ଷୀ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିବାହର ୧୦ ବର୍ଷ ପୂରଣ କରିଛନ୍ତି। ଜୁଲାଇ ୪, ୨୦୧୦ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିଜଠାରୁ ୭ ବର୍ଷ ସାନ ସାକ୍ଷୀ ସିଂଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ମିଡିଆରେ ତାଙ୍କ ବିବାହକୁ ନେଇ କୌଣସି ଖବର ମଧ୍ୟ ନ ଥିଲା। ହଠାତ୍‌ ତାଙ୍କ ବିବାହ କଥା ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ। ଉତ୍ତରାଖଣ୍ଡର ଜନ୍ମିତ ସାକ୍ଷୀ କୁଆଡେ ଧୋନୀଙ୍କ ପିଲାଦିନର ବନ୍ଧୁ ବୋଲି କୁହାଯାଉଥିଲା। କିନ୍ତୁ ନିକଟରେ ଏକ ସାକ୍ଷତାକାରରେ ସାକ୍ଷୀ ଏହାକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ଆମେ ପିଲାଦିନର ସାଙ୍ଗ ଆଦୌ ନୁହେଁ। ସେ ମୋଠାରୁ ୭ ବର୍ଷ ବଡ ଆମେ କେମିତି ବନ୍ଧୁ ହୋଇପାରିବୁ। ଆମ ମାତାପିତା ମଧ୍ୟ ପୂର୍ବରୁ ଜଣାଶୁଣା ନ ଥିଲେ। ଏକ ପାର୍ଟିରେ ଆମେ ପରସ୍ପରକୁ ଭେଟିଥିଲୁ ବୋଲି ସାକ୍ଷୀ କହିଛନ୍ତି। ସୂଚନାଯୋଗ୍ୟ, ସାକ୍ଷୀ ଜଣେ ହୋଟେଲ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରି ଏକ ହୋଟେଲରେ କାମ କରୁଥିଲେ। ବିବାହ ପରେ ସେ ଚାକିରି ଛାଡିଦେଇଥିଲେ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Dharitri
Top