Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର ...

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର ...

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ଆଦର୍ଶ ଥାନା ଆଇଆଇସି ଜିତେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଗ୍ରାମାଞ୍ଚଳରେ ନିଶାସେବନ ଦୂର କରିବା ସହ ସାଇବର ଠକେଇ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆଇଆଇସି ଜିତେନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନିଶାସେବନ ଯୋଗୁଁ ଗରିବ ପରିବାରଗୁଡ଼ିକରେ ଆର୍ଥିକ ସମସ୍ୟା ସୃଷ୍ଟି ହେବା ସହ ପରିବାର ପ୍ରତିପୋଷଣରେ ବାଧା ଉପୁଜୁଥିବା କୁହାଯାଇଥିଲା। ଏଥିସହ ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ସହ ସ୍ୱାସ୍ଥ୍ୟ ଓ ସାମାଜିକ ଜୀବନରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦେଉଥିବା ସମ୍ପର୍କରେ ସଚେତନ କରାଯାଇଥିଲା।

ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆଇଆଇସି ବିଶ୍ୱାଳ ମହିଳା, ଯୁବତୀ-ଯୁବକ ଓ ପରିବାରର ମୁରବିମାନଙ୍କୁ ସଚେତନ କରିଥିଲେ। କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ନିଶା ବିରୋଧରେ ଲୋକଙ୍କୁ ସଚେତନ କରାଯାଉଥିବା ମଧ୍ୟ ସେ କହିଥିଲେ।

ଏହା ସହିତ ସାଇବର କ୍ରାଇମ୍‌ ଓ ଅନଲାଇନ୍‌ ଠକେଇ ସମ୍ପର୍କରେ ମଧ୍ୟ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଅଜଣା ଫୋନ୍‌ କଲ୍‌ରେ କୌଣସି ବ୍ୟକ୍ତିଗତ ତଥ୍ୟ କିମ୍ବା ଓଟିପି ଶେୟାର ନ କରିବା, ଅଜଣା ଲିଙ୍କ୍‌ରେ କ୍ଲିକ୍‌ ନ କରିବା ଏବଂ ସୋସିଆଲ୍‌ ମିଡିଆ ମାଧ୍ୟମରେ ହେଉଥିବା ଠକେଇରୁ କିପରି ସୁରକ୍ଷିତ ରହିବେ, ସେନେଇ କିକିଆ ଗ୍ରାମବାସୀଙ୍କୁ ବୁଝାଯାଇଥିଲା।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri