Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ ପର୍ବ ଅବସରରେ ୨ଦିନ ପୂର୍ବରୁ ଭାଇଚାରା, ସମାନତା ଓ ସାମାଜିକ ଏକତାର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇ ପଶ୍ଚିମ ଓଡିଶା ସମ୍ବଧାନ ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ସମ୍ମାନର ସହିତ ନୂଆଖାଇ ଅଢିଆ, ନୂଆ ବସ୍ତ୍ର ପ୍ରଦାନ କରାଯାଇଥିଲା।

ପବିତ୍ର ଦେହେରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭରୁ ଏକ ଶୋଭାଯାତ୍ରା ବାହାରି ଭାରତ ରତ୍ନ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା ।

ସେଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ଡଃ ତପସ୍ୱିନୀ ଗୁରୁ, ପ୍ରୀତମ ସିଂ, ରମେଶ ମହାପାତ୍ର, ନରେନ୍ଦ୍ର ନାୟକ, ଅନୁପମା ନାଗ, ବୀଣାପାଣି ଖଣ୍ଡିତ, ଅଞ୍ଜନା ନାଗ, ବିପ୍ରଚାରଣ ଜୟପୁରିଆ ପ୍ରମୁଖ ଅତିଥିଭାବେ ଯୋଗଦେଇ ଥିଲେ । ଅତିଥିମାନେ କହିଥିଲେ, ନୂଆଁଖାଇ ପର୍ବରେ ବେଦ ପୂରାଣ ଏବଂ ସମ୍ବିଧାନର ମୌଳିକତା ପରିଦର୍ଶିତ ହୋଇଥାଏ । ପ୍ରକୃତିଠାରୁ ପିତୃପୁରୁଷଙ୍କ ପୂଜା ପର୍ଯ୍ୟନ୍ତ ଏବଂ ପଶୁଠାରୁ କୀଟ ପତଙ୍ଗମାନଙ୍କ ମଧ୍ୟ ପୂଜା କରାଯାଇଥାଏ ବୋଲି ସେମାନେ କହିଥିଲେ। ପରେ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଶ୍ରଦ୍ଧା, ସମ୍ମାନ ଜଣାଇ ଅଢିଆ ନୂତନ ବସ୍ତ୍ର ଦେଇ ଅତିଥିବୃନ୍ଦ ସେମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଢ, ସନ୍ତୋଷିନୀ ନାଗ, ସରଜୁ କୁଅଁର ଗୀତ ଗାଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପରେ ଦେଶୀ ବିହନ ସଂରକ୍ଷକ ସୁଦାମ ସାହୁ, ଅଞ୍ଜନା ଦାସ, ଅଶୋକ ଅଗ୍ରୱାଲ, ଅନିରୋଦ୍ଧ ନାୟକ, ମନ୍ଦାକିନୀ ପତି, ସଂଯୁକ୍ତା ସୁନା,କିଶୋର ସାହୁ, ସାବିତ୍ରୀ ବାଇ ଫୁଲେ ସଂଘ ସଭାପତି ଅନୁପମା ନାଗ, ଶକୁନ୍ତଳା ସୁନା, ମନ୍ଦାକିନୀ ପତି, ମାମି ମିଶ୍ର, ସଂଯୁକ୍ତା ସୁନାଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରିୟା ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri