Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାଦେପାଦେ ବିପଦ, ଓହଳିଛି ପୌର ପରିଷଦର ସ୍ବାଗତ ହୋର୍ଡିଂ

ପାଦେପାଦେ ବିପଦ, ଓହଳିଛି ପୌର ପରିଷଦର ସ୍ବାଗତ ହୋର୍ଡିଂ

ଗୁଣପୁର,୪ା୫(ସଂକେତ ପାତ୍ର): ଗୁଣପୁର ସହରକୁ ସ୍ୱାଗତ ଜଣାଇବା ପାଇଁ ପୌରପରିଷଦ ଦ୍ୱାରା ବିକ୍ରମପୁର ପଥପ୍ରାନ୍ତ ନିକଟରେ ସ୍ଥାପିତ ସ୍ୱାଗତ ବୋର୍ଡ୍ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସମ୍ପ୍ରତି ଘଟିଥିବା କାଳବୈଶାଖୀ ବାତ୍ୟାର ପ୍ରଭାବରେ ବୋର୍ଡ୍‌ଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ବୋର୍ଡ୍‌ଟିର ଗୋଟିଏ ପାର୍ଶ୍ୱ ଓହଳି ପଡ଼ିଥିବା ଦେଖିବାକୁ ମିଳିଛି ।

ଫଳରେ ସମ୍ପୂର୍ଣ୍ଣ ଗଠନ ଅସ୍ଥିର ହୋଇ ପଡ଼ିଛି ।

ଏହା ଯେକୌଣସି ସମୟରେ ଭାଙ୍ଗି ପଡ଼ି ଯାନଚାଳକ ଓ ପଦଯାତ୍ରୀଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦିନକୁ ଅନେକ ଯାନବାହନ ଏହି ପଥ ଦେଇ ଯାଉଥିବାରୁ ଭୟ ପରିସ୍ଥିତି ଉଭା ହୋଇଛି । ସେମାନେ ପୌରପରିଷଦକୁ ଶୀଘ୍ର ଏହାକୁ ସଂସ୍କାର କିମ୍ବା ଅପସାରଣ କରିବା ପାଇଁ ଦାବି କରିଛନ୍ତି । ଯଦି ସମୟରେ ପଦକ୍ଷେପ ନେଇ ନହେଉ, ତେବେ ଏହା ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ବୋଲି ସାଧାରଣ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି । ସ୍ଥାନୀୟ ବାସିନ୍ଦାମାନେ ଶୀଘ୍ର ପଦକ୍ଷେପ ନେଇ ଏହି
ବିପଦଜନକ ବୋର୍ଡ୍‌କୁ ମରାମତି କିମ୍ବା ଅପସାରଣ କରିବାକୁ ଦାବି କରିଛନ୍ତି । ଯଦି ସମୟରେ ପଦକ୍ଷେପ ନେଇ ନହେଉ, ତେବେ ଏହା ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ବୋଲି ସାଧାରଣ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri