Dailyhunt
ପାଇଲଟଙ୍କ ବିନା ଚାଲିବ ରାଜସ୍ଥାନ ସରକାର, ସତ୍ୟର ହେବ ବିଜୟ: ସଚିନ

ପାଇଲଟଙ୍କ ବିନା ଚାଲିବ ରାଜସ୍ଥାନ ସରକାର, ସତ୍ୟର ହେବ ବିଜୟ: ସଚିନ

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଗଲା ସଚିନ ପାଇଲଟଙ୍କୁ। ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିନା ପାଇଲଟରେ ରାଜସ୍ଥାନ ସରକାର ଚଳାଇବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟଙ୍କ ଭିତରେ ଚାଲିଥିବା ତୁତୁମେମେ ଚରମ ସୀମାରେ ପହଞ୍ଚିଥିବା ବେଳେ ଶେଷରେ ପାଇଲଟଙ୍କୁ ତାଙ୍କ ପଦ ହରାଇବାକୁ ପଡିଛି। ଏହାପରେ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ସଚିନ ପାଇଲଟ ଓ ତାଙ୍କ ସହ ଦୁଇ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଥିବା ପ୍ରସ୍ତାବ ଦେଇଥିବା ବେଳେ ରାଜ୍ୟପାଳ ଏହାକୁ ଗ୍ରହଣ କରି ନେଇଥିଲେ। ଏହାପରେ ସଚିନ ପାଇଲଟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ବଦଳାଇବା ସହ କହିଛନ୍ତି ସତ୍ୟକୁ କେବେ ପରାଜୟ ଦେଖିବାକୁ ପଡି ନ ଥାଏ। ଏହାସହ କଂଗ୍ରେସ ମୁଖ୍ୟାଳୟରୁ ପାଇଲଟଙ୍କ ନେମ୍‌ ପ୍ଲେଟ୍‌ ମଧ୍ୟ ହଟାଇ ଦିଆଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri