Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ-୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସରୋଜ ଖିଲାର (୩୭), ସେ ଏକ ହାଇଓ୍ବା (ଓଆର-୨୧ବି-୯୨୩୬)ର ଚାଳକ ଥିଲେ।

ସୂଚନା ଅନୁଯାୟୀ, ସି କ୍ୟୁ-୧ ବର୍ଥ ପାଖରେ ଲାଗିଥିବା ପଣ୍ୟବାହୀ ଜାହାଜ ଏମ.ଭି.

ଏକ୍ସୋନ ହାଇଓେ ଠାରୁ ପଣ୍ୟ ଖଲାସ କାମ ଚାଲିଥିଲା। ଏହି କାମ ପାଇଁ ହାଇଓ୍ବା ଗାଡି ଲଗାଯାଇଥିଲା ଏବଂ ମୋବାଇଲ ହାରବର କ୍ରେନ୍ ମାଧ୍ୟମରେ ଜାହାଜରୁ ପଣ୍ୟ ବାହାର କରି ଗାଡିରେ ବୋଝେଇ ହେଉଥିଲା।

ଏହି ସମୟରେ ଅଚାନକ କ୍ରେନ୍‌ର ବକେଟ୍ ଧରିଥିବା ରଶୀ ଛିଡ଼ିଯାଇଥିଲା, ଫଳରେ ବକେଟ୍‌ଟି ସିଧାସଳଖ ଭାବେ ହାଇଓ୍ବା ଗାଡିର କ୍ୟାବିନ୍ ଉପରେ ପଡିଥିଲା। ଏହାର ଆଘାତରେ କ୍ୟାବିନ୍ ଭାଗ ଗାଡିରୁ ଅଲଗା ହୋଇ ତଳକୁ ପଡିଯାଇଥିଲା।

ସେହି ସମୟରେ ଗାଡି ଭିତରେ ଥିବା ଚାଳକ ସରୋଜ ଖିଲାର ବକେଟ୍‌ର ତଳେ ଚାପି ଯାଇଥିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।ଘଟଣା ପରେ ପାରାଦୀପ ଆଦର୍ଶ ଥାନା ପୋଲିସ ଓ ବନ୍ଦର ସୁରକ୍ଷା କର୍ମୀ (ସିଆଇଏସଏଫ) ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାମ କରିଥିଲେ।
ଉକ୍ତ କ୍ରେନ୍‌ଟି ଘରୋଇ ସଂସ୍ଥା ଓଏସଏଲ (OSL)ର ଥିବାବେଳେ, ଷ୍ଟିଭଡୋର କାମ 'ଲିବର୍ଟି ମେରାଇନ୍' ନାମକ ସଂସ୍ଥା ଦ୍ୱାରା କରାଯାଉଥିବା ବୋଲି ଜଣାପଡିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri