Dailyhunt
ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ...

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ...

ରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ ସଫଳ ହୋଇଛି।

ସାଆନ୍ଦା ଫାଣ୍ଡି ଅଧିକାରୀ ଜଳନ୍ଧର ବାରିକଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଭାଲୁମୁଣ୍ଡାଠାରୁ ପାଣିଗେଙ୍ଗୁଟିଆ ଗାଁ ପର୍ଯ୍ୟନ୍ତ ପିଛା କରିଥିଲା।

ଶେଷରେ ଗୋ' ମାଫିଆମାନେ ପାଣିଗେଙ୍ଗୁଟିଆ ଗାଁ ନିକଟସ୍ଥ ଜଙ୍ଗଲରେ ଗୋରୁ ଗାଡ଼ି ଛାଡ଼ି ଫେରାର ମାରିଥିଲେ। ଗାଡ଼ି ଭିତରୁ ୯ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଏଥିସହିତ ପିକଅପ୍‌କୁ ଜବତ ରଖି ଅଧିକ ତଦନ୍ତ କରୁଛି ପୋଲିସ। ଗତ ସୋମବାର ମଧ୍ୟ ଦୁଇଟି ଗୋରୁ ବୋଝେଇ ପିକ୍‌ଅପ୍‌କୁ ଜବତ କରିବାରେ ସଫଳ ହୋଇଥିଲେ ଫାଣ୍ଡି ଅଧିକାରୀ। ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri