Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ୨ ନମ୍ବର ୱାର୍ଡ ଘାଟଘରସାହିରୁ ଆସିଛି ଏଭଳି ଦୁଃଖଦ ଖବର ।

ସୂଚନା ଅନୁସାରେ, ପପୁ ଜେନାଙ୍କ ପୁଅ ଆଦିତ୍ୟ ଜେନା (୧୪) ଗୁରୁବାର ସକାଳ ପ୍ରାୟ ୬ଘଟିକା ସମୟରେ ପୂଜା ପାଇଁ ଛାତ ଉପରକୁ ଯାଇ ଫୁଲ ତୋଳୁଥିଲେ।

ତେବେ ହଠାତ୍‌ ଅସାବଧାନତା ବଶତଃ ସେ ଛାତ ଉପରୁ ତଳକୁ ଖସିପଡ଼ିଥିଲେ । ଘଟଣା ପରେ ପରିବାର ଲୋକେ ତୁରନ୍ତ ଆଦିତ୍ୟଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ମେଡିକାଲରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ ।

ସେ ନବମ ଶ୍ରେଣୀରେ ପାଠପଢୁଥିଲେ। ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ପୁଅର ଏଭଳି ଅକାଳ ମୃତ୍ୟୁ ପରେ ପରିବାରରେ ଖେଳିଯାଇଛି ଶୋକର ଛାୟା । ଏହି ଘଟଣାକୁ ନେଇ ନୀଳଗିରିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri