Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ନିର୍ବାଚନମଣ୍ଡଳୀରେ ୧୦ ହଜାରରୁ ଊର୍ଦ୍ଧ୍ୱ ଦୀପ ପ୍ରଜ୍ୱଳନ କରାଯାଇଛି।

ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଗିରିଜାଶଙ୍କର ଶିବମନ୍ଦିର ପ୍ରାଙ୍ଗଣରେ ବିଧାୟକଙ୍କ ନେତୃତ୍ୱରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା। ବିଧାୟକ ଅଖିଳ ଚନ୍ଦ୍ର ନାଏକ ଏଥିରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ମୋଦିଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ ବିଧାୟକ ନାଏକ। ମହିଳାମାନେ ମଧ୍ୟ ଦୀପ ପ୍ରଜ୍ୱଳନ କରି ଶୁଭକାମନା ଜଣାଇଥିଲେ। ହଜାର ହଜାର ଦୀପର ଆଲୋକରେ ମନ୍ଦିର ପ୍ରାଙ୍ଗଣ ଝଲସି ଉଠିଥିଲା।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଉପଲକ୍ଷେ ପାଟଣା ମୁଖ୍ୟାଳୟ ସ୍ଥିତ ଆନନ୍ଦେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ନେତାକର୍ମୀଙ୍କ ସହ ଦଳୀୟ କର୍ମକର୍ତ୍ତା ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ମହାଦେବଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ପାଟଣା ଭାଜପ ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ଏମ୍‌ପି ଅନନ୍ତ ନାୟକଙ୍କ ପାଟଣା ବ୍ଲକ ପ୍ରତିନିଧି ପ୍ରହ୍ଲାଦ କୁମାର ପଲେଇ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତ ଦାଶ, ଜିଲା ଉପସଭାପତି ସିମବାରୀ ମୁଣ୍ଡା, ଜିଲା ସଂଖ୍ୟା ଲଘୁ ସେଲ ଉପସଭାପତି ଏସ୍‌ କେ ମନସୁର, ପାଟଣା ଭାଜପା ଯୁବ ମୋର୍ଚ୍ଚା ସଭାପତି ନୀତିଶ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ବରିଷ୍ଠ ନେତା ଯୁଗୋଳ କିଶୋର ଦାଶ, ଅଭୟ ବେହେରା, ହରିଶ ମହାନ୍ତ ଏସ୍‌ସି ମୋର୍ଚ୍ଚା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ସେଠୀ, ପୂର୍ବତନ ମଣ୍ଡଳ ସଭାପତି ରମେଶ ମହାନ୍ତ, ମଣ୍ଡଳ ସାଧାରଣ ସମ୍ପାଦକ ମଧୁସୂଦନ ମହାନ୍ତ, ସୁଜିତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri