Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ୭ କୋଟି...

ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ୭ କୋଟି...

ନୂଆଦିଲ୍ଲୀ,୨୯।୭: ଟୁଇଟର ଯୋଗୁ ସୋସିଆଲ୍‌ ମିଡ଼ିଆରେ ସମଗ୍ର ବିଶ୍ୱର ଲୋକ ଏକାଠି ହୋଇପାରିଛନ୍ତି। ଏହା କେବଳ ଧାରଣା ଆଦାନ ପ୍ରଦାନ ପାଇଁ ଏକ ପ୍ଲାଟଫର୍ମ ହୋଇନାହିଁ ବରଂ ବାସ୍ତବ ସମୟରେ ସୂଚନା ପ୍ରସାରଣ କରିବା କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ ଟୁଇଟରରେ ନିଜ ନିଜର ବାର୍ତ୍ତା ଦେଇଥାନ୍ତି। ଏହି କାରଣରୁ ଲୋକମାନେ ସରକାରୀ ସୂଚନା ପାଇଁ ଟୁଇଟରରେ ବଡ ବଡ ପଦାଧିକାରୀ ବ୍ୟକ୍ତିତ୍ୱଙ୍କୁ ଫଲୋ କରିଥାନ୍ତି। ମୋଦି କେବଳ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଟୁଇଟରରେ ତାଙ୍କର ସର୍ବାଧିକ ପ୍ରଶଂସକ ମଧ୍ୟ ଅଛନ୍ତି। ଟୁଇଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଲୋଅର୍ସ ସର୍ବାଧିକ ରହିଛନ୍ତି। ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ନାମ ପ୍ରଥମ ସ୍ଥାନରେ ରହିଛି। ଦେଶ ତଥା ବିଦେଶର ୭ କୋଟି ଲୋକ ଟୁଇଟରରେ ମୋଦିଙ୍କୁ ଫଲୋ କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସ୍ଥାନ ଦ୍ୱିତୀୟରେ ରହିଛି। ତାଙ୍କର ଫଲୋଅର୍ସ ସଂଖ୍ୟା ୪.୫୮ କୋଟି ରହିଛି। ଯାହାକି ପ୍ରଧାନମନ୍ତ୍ରୀଙ୍କ ତୁଳନାରେ ପ୍ରାୟ ୨.୫ କୋଟି କମ।

ତାଲିକାର ତୃତୀୟ ସ୍ଥାନରେ କୌଣସି ବ୍ୟକ୍ତି ବିଶେଷ ନାହାନ୍ତି। ଏହି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ରହିଛି। ପିଏମ୍‌ଓର ଫଲୋଅର୍ସ ସଂଖ୍ୟା ୪.୩୨ କୋଟି ରହିଛି।

ଏହା ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନାମ ରହିଛି। ବିରାଟଙ୍କ ଫଲୋଅର୍ସ ସଂଖ୍ୟା ୪.୩୦ କୋଟି ରହିଛି।

କାହାର କେତେ ଫଲୋଅର୍ସ

ନରେନ୍ଦ୍ର ମୋଦି- ୭ କୋଟି
ଅମିତାଭ ବଚ୍ଚନ- ୪.୫୮ କୋଟି
ପିଏମ୍‌ଓ-୪.୩୨ କୋଟି
ବିରାଟ କୋହଲି- ୪.୩୦ କୋଟି
ସଲମାନ ଖାଁ- ୪.୨୬ କୋଟି
ଶାହାରୁଖ ଖାଁ- ୪.୧୮ କୋଟି
ଅକ୍ଷୟ କୁମାର-୪.୧୭ କୋଟି
ସଚିନ ତେନ୍ଦୁଲକର- ୩.୫୭ କୋଟି
ହ୍ରିତିକ ରୋଶନ- ୩.୫୦ କୋଟି
ଦୀପିକା ପାଦୁକୋନ- ୨.୭୬ କୋଟି
ପ୍ରିୟଙ୍କା ଚୋପ୍ରା- ୨.୭୨ କୋଟି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri