Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ...

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ...

ତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌) କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଜାରି ରହିଛି। ଏହି ଅବସରରେ ଛତ୍ରପୁରଠାରେ ରବିବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଖସଡ଼ା ତାଲିକା ପ୍ରକାଶ ପାଇଛି।

ଗଞ୍ଜାମ ଜିଲାରେ ୧୩ଟି ନିର୍ବାଚନମଣ୍ଡଳିରେ ପୂର୍ବରୁ ଗଞ୍ଜାମ ଜିଲାରେ ୨୯ ଲକ୍ଷ ୯୯ ହଜାର ୭୮୨ ମତଦାତା ରହିଥିବା ବେଳେ ୨ ଲକ୍ଷ ୭ ହଜାର ୬୨୪ ଜଣ ଭୋଟରଙ୍କ ନାମ ବାଦ ପଡ଼ିଛି। ଖସଡ଼ା ତାଲିକାରେ ମୋଟ୍‌ ୨୭ ଲକ୍ଷ ୯୨ହଜାର ୧୫୮ ଜଣ ଭୋଟରଙ୍କୁ ସମ୍ମିଳିତ କରାଯାଇଛି। ଏହି ଏସ୍‌ଆଇଆର୍‌ ପ୍ରକ୍ରିୟାରେ ବେଳେ ୯୩.୧ ପ୍ରତିଶତ ଡିଜିଟାଇଜେଶନ ହୋଇଛି ଯାହାକି ମୋଟ ଉପରେ ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ଭୋଟର। ବଳକା ୬.୯ ପ୍ରତିଶତ ଭୋଟରଙ୍କ ଡିଜିଟାଇଜେଶନ ହୋଇନି। ମୃତ୍ୟୁ ମତଦାତା ୯୪ ହଜାର ୭୩୪ ମତଦାତା ଚିହ୍ନଟ ହୋଇଛନ୍ତି। ସେହିପରି ଅନୁପସ୍ଥିତ ମତଦାତା ୨୦ ହଜାର ୪୯୭, ସ୍ଥାନାନ୍ତରିତ ମତଦାତା ୭୩ ହଜାର ୩୭୮, ଡୁପ୍ଳିକେଟ ବା ପ୍ରତିରୂପ ନାମ ଥିବା ମତଦାତା ୧୭ ହଜାର ୯୩୬ ଓ ଅନ୍ୟାନ୍ୟ ୧୦୭୯ ମତଦାତା ଚିହ୍ନଟ ହୋଇଛନ୍ତି ବୋଲି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯେଉଁ ବ୍ୟକ୍ତି ନାମ କଟିଥିଲେ ସେମାନେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିପାରିବେ।
୬ ସେପ୍ଟେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ଦେବଦତ୍ତ ପଣ୍ଡା ଓ ଡେପୁଟି କଲେକ୍ଟର (ନିର୍ବାଚନ) ଅରୁଣ କୁମାର ଖଣ୍ଡା ଉପସ୍ଥିତ ଥିଲେ। ଜିଲାରେ ୩୦ ମେ' ଠାରୁ ଜୁନ୍‌ ୨୮ ତାରିଖ ପ୍ରଯ୍ୟନ୍ତ ବିଏଲ୍‌ଓମାନଙ୍କ ଦ୍ୱାରା ଘରକୁ ଘର ବୁଲି ଫର୍ମ ପ୍ରଦାନ କରାଯାଇଥିଲା। ଏହା ପରେ ଏହାକୁ ଡିଜିଟାଇଜେଶନ କରାଯାଇଥିଲା।

ଭୋଟ୍‌ ଦେବା ପାଇଁ ଯୋଗ୍ୟ ହୋଇ ମଧ୍ୟ ଭୋଟର ତାଲିକାରେ ସାମିଲ ହୋଇପାରି ନ ଥିବା ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବା, ନୂତନ ମତଦାତାଙ୍କ ପଞ୍ଜୀକରଣ, ମୃତ, ଅଯୋଗ୍ୟ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ କରିବା ସହିତ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ଏହାର ମୁଖ୍ୟ ଉଦେଶ୍ୟ ବୋଲି ଜିଲାପାଳ କହିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri