Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅର୍ତଲ ପଞ୍ଚାୟତ କାନ୍ଦୁଲଝର ଗ୍ରାମରେ ଏକ ନୂତନ ମଦ ଭାଟି ଓ ଦୋକାନ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗୁରୁବାର ପଞ୍ଚାୟତର ଶତାଧିକ ମହିଳା ଏବଂ ଗ୍ରାମବାସୀ ଏକଜୁଟ ହୋଇ ନିର୍ମାଣ କାର୍ଯ୍ୟକୁ ତୀବ୍ର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଯଦି ପ୍ରଶାସନ ପକ୍ଷରୁ ନୂତନ ମଦଭାଟି ଅନୁମତିକୁ ବାତିଲ କରା ନଯାଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଏହି ସଂକ୍ରାନ୍ତରେ ବାରମ୍ବାରମ୍‌ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଗାଁରୁ ମଦ ଭାଟି ହଟାଇବାକୁ ଅଞ୍ଚଳବାସୀ ଅଣ୍ଟା ଭିଡିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଅର୍ତଲ ପଞ୍ଚାୟତର ବାଲିପାଟି କୁଲେରଗୁଡ଼ାଠାରେ ପୂର୍ବରୁ ମଦଭାଟି ରହିଛି। ସେଠାରୁ ପଲସା ପଞ୍ଚାୟତର ଲୋକଙ୍କୁ ମଦ ଯୋଗାଇ ଦିଆଯାଉଛି। ହେଲେ ବର୍ତ୍ତମାନ କାନ୍ଦୁଲଝର ଗ୍ରାମର ଶେଷଭାଗ ତଥା ଅର୍ତଲ ହସ୍ପିଟାଲ ଛକ ନିକଟରେ ଜଣେ ବ୍ୟକ୍ତି ବ୍ୟକ୍ତିଗତ ଜମି କିଣି ସେଠାରେ ମଦ ପ୍ରସ୍ତୁତି ଏବଂ ବିକ୍ରି ପାଇଁ ପକ୍କା ଘର ନିର୍ମାଣ କରୁଛନ୍ତି।

ଛାତ୍ରୀଛାତ୍ର ଏବଂ ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ରହିଥିବା ବେଳେ ଅଞ୍ଚଳର ସାମାଜିକ ପରିବେଶକୁ ସୁରକ୍ଷିତ ରଖିବାକୁ ତୁରନ୍ତ ମଦଭାଟି ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତିମ। ତୁରନ୍ତ ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଏବଂ ଅବକାରୀ ବିଭାଗ ତୁରନ୍ତ ହସ୍ତକ୍ଷେପ ଗ୍ରହଣ କରି କାନ୍ଦୁଲଝରରେ ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ବନ୍ଦ କରିବାକୁ ଦାବି କରାଯାଇଛି। ଆଗାମୀ ଦିନରେ ଦାବି ପୂରଣ କରା ନ ଗଲେ ରାଜ ରାସ୍ତାରେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri