Dailyhunt
ରାଗ ରଖି ଛୁରୀରେ ବେକ କାଟି ହତ୍ୟା: ଆସିଲା ମାମଲାର ରାୟ,ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ରାଗ ରଖି ଛୁରୀରେ ବେକ କାଟି ହତ୍ୟା: ଆସିଲା ମାମଲାର ରାୟ,ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗାଁରେ ଗତ ୨୦୨୪ ରେ ହୋଇଥିବା ଏକ ବର୍ବର ହତ୍ୟାକାଣ୍ଡ ମାମଳାର ରାୟ ଗୁରୁବାର ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅନୁପ ରଞ୍ଜନ ପଟ୍ଟନାୟକ ଏହି ମାମଲାର ୧୨ଟି ସାକ୍ଷ୍ୟ ଓ ୨୨ଟି ପ୍ରମାଣକୁ ଭିତ୍ତି କରି ଉକ୍ତ ଗ୍ରାମର ଜିତୁ ଗୌଡଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି।

ଜରିମାନା ଅନଦେୟ ହେଲେ ହେଲେ ଆହୁରି ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ପ୍ରକାଶ ଯେ, ପରଲସିଙ୍ଗା ଗାଁର ବିରଞ୍ଚି ନାଏକ ଗତ ୨୦୨୪ ମସିହା ମେ ୧୨ ତାରିଖ ଅପରାହ୍ନରେ ଉକ୍ତ ଗ୍ରାମର ଅଭିଯୁକ୍ତ ଜିତୁଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ସେଦିନ ଆଉ ଘରକୁ ଫେରି ନ ଥିଲେ। ତେବେ ତା ଆର ଦିନ ବିରଞ୍ଚିଙ୍କ ମୃତଦେହ ନର୍ଲା ଥାନା ମଶାଣିବନ୍ଧ ନିକଟରୁ ମିଳିଥିଲା। ପୋଲିସ ତଦନ୍ତ ବେଳେ ଅଭିଯୁକ୍ତ ଜିତୁକୁ ସନ୍ଦେହ କରିଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜିତୁ ବିରଞ୍ଚିଙ୍କ ହାତ-ଗୋଡ଼ ବାନ୍ଧି ବେକକୁ ଛୁରୀରେ କାଟିଦେଇଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ଚାକିରୀ କରିଦେବା ପାଇଁ ୧୦ ହଜାର ଟଙ୍କା ଜିତୁଙ୍କଠାରୁ ବିରଞ୍ଚି ନେଇଥିଲେ ଏବଂ ପୁଣି ୧୫ ହଜାର ଟଙ୍କା ବିରଞ୍ଚି ମାଗୁଥିଲେ। ଯାହାଫଳରେ ତାହାର ରାଗ ରଖି ବିରଞ୍ଚିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜିତୁ ପ୍ରକାଶ କରିଛି। ଏହି ଘଟଣାରେ ପୋଲିସ ସେତେବେଳେ ଅଭିଯୁକ୍ତ ଜିତୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାଟିକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସ୍ୟୁକୁଟର(ପିପି) ମନୋଜ କୁମାର ମେହେର ପରିଚାଳନା କରିଥିଲେ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri