Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି (ଡ଼ିଆରଏସସି) ଗଠନ କରାଯାଇଛି। ହେଲେ କଳାହାଣ୍ଡି ଜିଲାରେ ଏହି କମିଟି କେବଳ ବୈଠକରେ ସୀମିତ ରହିଥିବା ଅଭିଯୋଗ ହୋଇଛି। ପ୍ରତିଥର ଭଳି ଶୁକ୍ରବାର କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ସଡ଼କ ସୁରକ୍ଷା ସମିତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅତିରିକ୍ତ ଜିଲାପାଳ(ରାଜସ୍ବ)ବୈତୁରା ଦୀପ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେଉଁ କେଉଁ ବିଷୟରେ ଆଲୋଚନା କରାଯାଇଥିଲା ଖୋଦ ଦାୟିତ୍ବରେ ଥିବା ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ମଧ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା କିମ୍ବା ତଥ୍ୟ ଦିଆଯାଇ ନ ଥିଲା। ଫଳରେ ଗଣମାଧ୍ୟମ ମଧ୍ୟ ଏଥିପ୍ରତି ଅବଗତ ନ ଥିଲା।
ଏ ନେଇଁ କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ( ଆରଟିଓ) କେଶବ ନାଏକଙ୍କୁ ପଚାରିବାରୁ ମୋ ପାଖରେ କିଛି ତଥ୍ୟ ନାହିଁ ଅଫିସର କିରାଣି ରାଜୀବ ଡାଙ୍ଗଙ୍କ ସହ ଯୋଗାଯୋଗ କରନ୍ତୁ ସେ ତଥ୍ୟ ଦେବେ ବୋଲି କହିଥିଲେ। ଏହାପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କିରାଣି ରାଜୀବ ଡାଙ୍ଗଙ୍କୁ ଯୋଗାଯୋଗ କରିବାରୁ ସେ ମଧ୍ୟ ମୋ ପାଖରେ ତଥ୍ୟ ନାହିଁ, ଆରଟିଓଙ୍କୁ ବୁଝିକି କହିବି ବୋଲି କହିଥିଲେ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଉଭୟ ଆରଟିଓ ଓ କିରାଣିଙ୍କ କଥାର କୌଣସି ତାଳମେଳ ନ ରହୁଥିବାରୁ ଜିଲାରେ ସଡ଼କ ସୁରକ୍ଷା ସମିତି କମିଟି କେମିତି ଚାଲିଥିବ ତାହା ସହଜେ ଅନୁମେୟ। କଳାହାଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କିରାଣି ଡାଙ୍ଗ ଦୀର୍ଘ ବର୍ଷ ହେବ ଅବସ୍ଥାପିତ ଥିବାବେଳେ ମଝିରେ ମଝିରେ ଅନ୍ୟ ଜିଲାକୁ ଡେ଼ପୁଟେସନରେ ଯାଇ ପୁଣି ଥରେ କଳାହାଣ୍ଡି ଆଞ୍ଚଳିକ କାର୍ଯ୍ୟାଳୟକୁ ଫେରି ଆସୁଛନ୍ତି। ବର୍ତ୍ତମାନ କଳାହାଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସେ ସର୍ବେସବା ମଧ୍ୟ ରହିଛନ୍ତି। ଜିଲାରେ ସଡ଼କ ସୁରକ୍ଷା ସମିତି କମିଟି ବୈଠକ ପରେ ମଧ୍ୟ ଜିଲାରେ ସଡ଼କ ଦୁର୍ଘଟଣା ଏବଂ ତାହା ଦ୍ୱାରା ହେଉଥିବା 'ମୃତ୍ୟୁ ମଧ୍ୟ କମିବାରେ ନା ନେଉନାହିଁ। ବିନା ହେଲମେଟରେ ଗାଡି ଚଳାଇବା, ମଦ୍ୟପାନ କରି ଗାଡି ଚଲାଇବା, ଦ୍ରୁତ ଗତିରେ ଗାଡି ଚଳାଇବା ଓ ଅଧିକ ବୋଝେଇ ନେଇଁ ଗାଡି ଚଳାଇବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୈଠକରେ ସ୍ଥିର କରାଯାଉଛି। ହେଲେ ସେ ସବୁ ଯେମିତି ବୃଥା ପାଲଟିଛି। କେବଳ ବିଭାଗ ପକ୍ଷରୁ ରାଜସ୍ବ ଆଦାୟ କରି ଚୁପ ବସୁଥିବାବେଳେ ଲୋକଙ୍କ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନେବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ଅମାନିଆ ଗାଡି ଚାଳକ ଏବେ ମଧ୍ୟ ସାବାଡ଼ ହୋଇ ପାରୁନାହାନ୍ତି। ଜୁନାଗଡ଼-ଭବାନୀପାଟଣା ୨୬ନମ୍ବର ଜାତୀୟ ରାଜପଥ କଡ଼ରେ ଶତାଧିକ ଟ୍ରକ ବିଭିନ୍ନ ସମୟରେ ରହିଥିବା ଓ ଓଭର ବୋଝେଇ ଟ୍ରକ ଯାତାୟାତ କରୁଥିଲେ ମଧ୍ୟ ଫାଇନ କଟାଯାଉ ନାହିଁ। ଫଳରେ ଜିଲାରେ ଦୁର୍ଘଟଣା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri