Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହିତ ସେ ଏକ ନୂଆ ୟୁରୋପିଆନ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ପୂର୍ବରୁ ଗତ ମାର୍ଚ୍ଚରେ ଅନୁଷ୍ଠିତ ୟୁରୋପିଆନ ଓପନ ଚାମ୍ପିୟନଶିପ୍‌ରେ ସେ ୮୦କେଜି କାଟେଗୋରିରେ ୨୨୦କେଜି ଓଜନ ଉତ୍ତୋଳନ କରି ଏକ ୟୁରୋପିଆନ ରେକର୍ଡ କରିଥିଲେ।

ସ୍ବର୍ଣ୍ଣ ବିଜେତା ହେବା ପରେ ସେ ତାଙ୍କ ଶେଷ ପ୍ରୟାସରେ ୨୩୨କେଜି ଓଜନ ଉଠାଇ ବିିଶ୍ୱରେକର୍ଡ ସମକକ୍ଷ ହେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ନାଇଜେରିଆର ରୋଲାଣ୍ଡ ଏଜୁରୁଇକି ରୌପ୍ୟ ପଦକ ପାଇଥିବା ବେଳେ ବିଶ୍ୱରେକର୍ଡଧାରୀ ମାଲେସିଆର ବୋନି ବୁନ୍ୟାୟୁ ଗଷ୍ଟିନ ତାଙ୍କ ଫାଇନାଲ ପ୍ରୟାସରେ ୨୩୦କେଜି ଓଜନ ଉଠାଇ ବିଫଳ ହେବା ପରେ ବ୍ରୋଞ୍ଜ ପଦକ ପାଇଥିଲେ। ସୂଚନାଯୋଗ୍ୟ, ସ୍ବାନ ୨୦୨୨ରେ ବର୍ମିଂହାମ୍‌ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri