ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମା ' ଦୁର୍ଗାଙ୍କ ପୂଜା ମହୋତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀ ତିଥିରୁ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପୂଜା ମହୋତ୍ସବ ପରିଚାଳନା ନିମନ୍ତେ ନୂତନ କମିଟି ଗଠନ କରାଯାଇଥିଲା।
କମିଟିର ମୁଖ୍ୟ ଉପଦେଷ୍ଟା ଭାବେ କାଉନସିଲର ଦୀପକ ମିଶ୍ର ଏବଂ ସଭାପତି ଭାବେ ସୁଦୀପ ପୋଲାଇ, ଉପସଭାପତି ଭାବେ ପଞ୍ଚୁ ସ୍ବାଇଁ,ସମ୍ପାଦକ ଶୁଭମ ବେହେରା ,ସହ ସମ୍ପାଦକ ବି. ରିଙ୍କୁ ଏବଂ କୋଷାଧ୍ୟକ୍ଷ ଭାବେ ଶିବ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା।

