ଉନ୍ନାଓ, ୨୪।୧: ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍ପି ସାକ୍ଷୀ ମହାରାଜଙ୍କୁ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ବଢ଼ିବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହତ୍ୟା ପଛରେ କଂଗ୍ରେସର ହାତ ଥିବା ସେ କହିଛନ୍ତି। ନେତାଜୀ ମହାତ୍ମା ଗାନ୍ଧୀ ଏବଂ ଜବାହର ଲାଲ ନେହେରୁଙ୍କଠାରୁ ଅଧିକ ଲୋକପ୍ରିୟ ଥିଲେ ବୋଲି ସେ କହିଛନ୍ତି। ସାକ୍ଷୀ ମହାରାଜଙ୍କ ଭାଷଣର ୫୧ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭାରତକୁ ସ୍ବାଧୀନତା ଦେବାରେ ନେତାଜୀଙ୍କ ଭୂମିକା ଅତୁଳନୀୟ। ସେ ତାଙ୍କ ସମଗ୍ର ଜୀବନ ଦେଶ ପାଇଁ ଉତ୍ସର୍ଗ କରିଥିଲେ। 'ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି' ସ୍ଲୋଗାନରେ ସେ ବୀରତ୍ୱପୂର୍ଣ୍ଣ ବିପ୍ଳବ ଆରମ୍ଭ କରିଥିଲେ। ଦେଶକୁ ଶାସନ କରୁଥିବା ବ୍ରିଟିଶ୍ମାନେ ସେତେ ସହଜରେ ଭାରତ ଛାଡ଼ି ଯାଇ ନ ଥିଲେ।