Dailyhunt
ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି ସେ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ପିନ୍ଧିଥିବା ଜୋତାକୁ ନେଇ ଆଲୋଚନା ହେଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ସଲମାନଙ୍କ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ସେ ଏକ ଫଟା ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି।

ଏହା ଦେଖି ପ୍ରଶଂସକମାନେ ମଧ୍ୟ ତାଙ୍କୁ ଟ୍ରୋଲ କରିବାକୁ ପଛାଉ ନାହାନ୍ତି। ସଲମାନଙ୍କ ଜୋତାର ଡିଜାଇନ ଏପରି ଯେ,ଯାହା ଚିରା ଏବଂ ପଲିସ ହୋଇ ନ ଥିବା ପରି ଦେଖାଯାଏ। ଯଦିଓ ଏହା ଦେଖିବାକୁ ଫଟା ହୋଇଥାଇପାରେ କିନ୍ତୁ ଏହା ଲୋକପ୍ରିୟ ଲଗଜରୀ ବ୍ରାଣ୍ଡ ବାଲେନସିଆଗାର ଏକ ଉତ୍ପାଦ, ଯାହାର ମୂଲ୍ୟ ଲକ୍ଷେ ୨୦ ହଜାରରୁ ଦେଢ ଲକ୍ଷ ପର୍ଯ୍ୟନ୍ତ ରହିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri