Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାମ୍ବାଦିକଙ୍କ ଦାବି ପୂରଣ କରାଯାଉ: ଆଇନଜୀବୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର, ଓ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ

ସାମ୍ବାଦିକଙ୍କ ଦାବି ପୂରଣ କରାଯାଉ: ଆଇନଜୀବୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର, ଓ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ

କୋରାପୁଟ/ନନ୍ଦପୁର,୩।୫(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି): ଭାରତୀୟ ସମ୍ବିଧାନରେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ପ୍ରତିନିଧି ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମନା କରି ସରକାରଙ୍କ ଶାସନ ଓ ଯୋଜନାର ପ୍ରଚାର ପ୍ରସାର କରୁଛନ୍ତି। ଲୋକଙ୍କ ସମସ୍ୟା ଗୁଡ଼ିକୁ ଉପସ୍ଥାପନ କରି ପ୍ରଶାସନିକ ତ୍ରୁଟି ଗୁଡ଼ିକୁ ଲୋକ ଲୋଚନକୁ ଆଣି ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି।

ପ୍ରତିବଦଳରେ ଓଡ଼ିଶା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ସେମାନଙ୍କ ସୁରକ୍ଷା, ପେନଶନ ଓ ଆକ୍ରିଡେଶନ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି କରୁଛନ୍ତି। ଭାରତର ଅଧିକାଂଶ ରାଜ୍ୟ ସାମ୍ବାଦିକଙ୍କ ସୁରକ୍ଷା ପେନଶନ ଓ ଆକ୍ରିଡେଶନ ପ୍ରଦାନ କରିଛନ୍ତି। ତେଣୁ ଓଡ଼ିଶା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଦାବି ଯଥାଶୀଘ୍ର ପୂରଣ କରାଯାଉ ବୋଲି କୋରାପୁଟ ଜିଲା ଜୟପୁର ଅଞ୍ଚଳର ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ଅନୁପ ପାତ୍ର ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିବା ସହ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ କରିଛନ୍ତି। ଆଇନଜୀବୀଙ୍କ ଅଭିଯୋଗକୁ ଆୟୋଗ ଡାଏରୀ ନଂ ୯୭୭୭/ଆଇଏନ/୨୦୨୬ ଭାବେ ପଞ୍ଜୀକୃତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ପତ୍ରର ନକଲ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରୀୟ ଗୃହମନ୍ତ୍ରୀ, କେନ୍ଦ୍ର ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ, ରାଜ୍ୟପାଳ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସଚିବ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶାଙ୍କୁ ଆଇନଜୀବୀ ପାତ୍ର ପ୍ରେରଣ କରି ସାମ୍ବାଦିକଙ୍କ ସମସ୍ତ ଦାବିର ବିଚାର କରିବା ସହ ପୂରଣ କରିବାକୁ ଅନୁରୋଧ କରିଛନ୍ତି। ଆଇନଜୀବୀଙ୍କ ଏଭଳି ପତ୍ରାଳାପ ଓ ଅଭିଯୋଗକୁ କୋରାପୁଟ ଜଲା ସାମ୍ବାଦିକ ସଂଘ (କେଜେଡଏସଏସ) ତରଫରୁ ପ୍ରଶଂସା କରାଯାଇଛି।

ସୂଚନା ଥାଉକି ଗତ ମେ ମାସ ୧ ତାରିଖ ଶ୍ରମିକ ଦିବସ ଅବସରରେ ଓଡ଼ିଶା ୟୁନିଅନ ଅଫ ଜର୍ଣାଲିଷ୍ଟ (ଓୟୁଜେ)ର ଆହ୍ବାନ କ୍ରମେ କୋରାପୁଟ ଜିଲା ସମେତ ରାଜ୍ୟର ୩୦ ଜିଲାରେ ପ୍ରତିବାଦ ସଭା ଆୟୋଜନ କରାଯାଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକଙ୍କୁ ସୁରକ୍ଷା, ପେନଶନ ଓ ଆକ୍ରିଡେଶନ ପ୍ରଦାନ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଥିଲା।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri