Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ...

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ...

ଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି। ସ୍ୱାୟତ୍ତ ଶାସନ ଦିବସ ଅବସରରେ କୃଷି ଓ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଟ୍ରଫି ସହ ୨ କୋଟି ଟଙ୍କାର ଚେକ୍‌ ଗ୍ରହଣ କରିଛନ୍ତି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ।

ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ।

ଜିଲାର ୩୨ଟି ଏନ୍‌ଏସି ମଧ୍ୟରୁ ଗଞ୍ଜାମ ଏନ୍‌ଏସି ପ୍ରଥମ ସ୍ଥାନ ଅଧିକାର କରିଛି। ନିଜସ୍ୱ ରାଜସ୍ୱ ସଂଗ୍ରହରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଗଞ୍ଜାମ ଏନ୍‌ଏସିକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଏହି ସଫଳତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୪ ଅଗଷ୍ଟରେ ଏନେଇ ଚିଠି ଜାରି ହୋଇଥିଲା। ପୁରସ୍କାର ସହ ଗଞ୍ଜାମ ଏନ୍‌ଏସିକୁ ୨ କୋଟି ଟଙ୍କାର ଅର୍ଥରାଶି ମିଳିଥିବାରୁ ଏନ୍‌ଏସିର ଇଓ ଅପର୍ଣ୍ଣା ଡାଙ୍ଗୁଆ ସହରବାସୀଙ୍କ ସହଯୋଗ ଏବଂ ପରିଷଦର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟ ଗଞ୍ଜାମ ଏନ୍‌ଏସିର ସଫଳତା ରହିଛି। ପୁରସ୍କୃତ ହେବା ପରେ ଗଞ୍ଜାମ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ କହିଛନ୍ତି, 'ଏହା ଆମ ସମସ୍ତଙ୍କ ମିଳିତ ପ୍ରୟାସର ଫଳ। ଏହି ସଫଳତା ଆମକୁ ଆଗକୁ ଆହୁରି ଭଲ କାମ କରିବାକୁ ପ୍ରେରଣା ଦେବ।'


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri