Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାତ୍ତ୍ୱିକ-ଚିରାଗଙ୍କ ସେମିଫାଇନାଲରୁ ବିଦାୟ

ସାତ୍ତ୍ୱିକ-ଚିରାଗଙ୍କ ସେମିଫାଇନାଲରୁ ବିଦାୟ

ବ୍ୟାଙ୍କକ୍‌, ୨୪ା୧(ପି.ଟି.)-ଟୋୟୋଟା ଥାଇଲାଣ୍ଡ ଓପନ୍‌ ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଟୋକିଓ ଅଲିମ୍ପିକ୍ସ ପଦକ ଦାବିଦାର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଅଭିଯାନ ଶେଷ ହୋଇଛି। ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା ଏହି ଯୋଡ଼ି ସେମିଫାଇନାଲରେ ବିଶ୍ୱର ୯ ନମ୍ବର ମାନ୍ୟତାପ୍ରାପ୍ତ ଯୋଡ଼ି ମାଲେସିଆର ଆରୋନ ଚିଆ ଓ ସୋ ଉଇ ୟିକ୍‌ଙ୍କଠାରୁ ୧୮-୨୧, ୧୮-୨୧ରେ ହାରିଯାଇଥିଲେ। ସୂଚନାଯୋଗ୍ୟ, ବିଶ୍ୱର ୧୦ ନମ୍ବର ଏହି ଭାରତୀୟ ଯୋଡ଼ି ୨୦୧୯ରେ ଫ୍ରେଞ୍ଚ୍‌ ଓପନ୍‌ ସୁପର ୭୫୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିପାରିଥିଲେ ଏବଂ ଥାଇଲାଣ୍ଡରେ ପ୍ରଥମ ସୁପର ୫୦୦ ଟାଇଟଲ ଜିତିଥିଲେ। ସୁପର ୧୦୦୦ ଇଭେଣ୍ଟରେ ଏହି ଯୋଡ଼ି ୨୦୧୮ ଓ ୨୦୧୯ରେ ଭାଗ ନେଇଥିଲେ ମଧ୍ୟ ଏଥର ପ୍ରଥମଥର ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ।

ସାତ୍ତ୍ୱିକ ଓ ଚିରାଗ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ରହିଥିଲେ। ମାଲେସୀୟ ଯୋଡ଼ି ସତର୍କତା ଅବଲମ୍ବନ କରି ଖେଳିବା ସହ ଭାରତୀୟ ଯୋଡ଼ିଙ୍କ ଆକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri