Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ ଲକ୍ଷ୍ମୀନାରାୟଣପୁର ଗ୍ରାମର ପ୍ରେମିକ ଦିବାକର ଦୋରା ସହ ନିୟମିତ ବ୍ୟବଧାନରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଗତ ୨୨ ତାରିଖ ରାତିରେ ପ୍ରେମିକ ସହ ସ୍ତ୍ରୀ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ସ୍ବାମୀ ଦେଖି ଦେବାରୁ ସ୍ତ୍ରୀ ପ୍ରେମିକଙ୍କ ସହାୟତାରେ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

ଏନେଇ ଗତ ୨୪ ତାରିଖରେ ସ୍ବାମୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୨୨୪/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା-୩୩୩/୧୧୫(୨)/୧୧୭(୨)/୧୦୯/୩୫୧(୨)/୩(୫)ଅନୁଯାୟୀ ଅଭିଯୁକ୍ତା ରଶ୍ମିତା ଏବଂ ତାଙ୍କ ପ୍ରେମିକ ଦିବାକରଙ୍କ ନାଁ ରେ ମକଦ୍ଦମା ରୁଜୁ କରି ଏଏସଆଇ ଦିଲ୍ଲୀପ ଗୋରଡ଼ାଙ୍କୁ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଗିରଫ ଭୟରେ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ଭୁବନେଶ୍ୱର ଫେରାର ହୋଇଯାଇଥିଲେ। ରବିବାର ରଶ୍ମିତା ଗାଁକୁ ଫେରିଥିବା ଖବରପାଇ ତଦନ୍ତକାରୀ ଅଧିକାରୀ ଥାନାର ମହିଳା ପୋଲିସ ଅଧିକାରୀଙ୍କ ସହାୟତାରେ ରଶ୍ମିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଘଟଣା ଦିନ ରାତି ପ୍ରାୟ ୧୦ ଟାରେ ଶଙ୍କର କାମ ସାରି ଘରକୁ ଫେରିବା ପରେ ସ୍ତ୍ରୀ ତାଙ୍କ ପ୍ରେମିକ ସହ ଘରେ ଅସଞ୍ଜତ ଅବସ୍ଥାରେ ଥିବା ଦେଖିଦେଇଥିଲେ। ପ୍ରତିବାଦ କରିବାରୁ ସ୍ତ୍ରୀ ଓ ପ୍ରେମିକ ତାଙ୍କୁ ଘର କବାଟ ପକାଇ ମରଣାନ୍ତକ ଆକ୍ରମଣ କରିଥିଲେ।ପୁଅ ,ଝିଅ ତାଙ୍କ ବାପାଙ୍କୁ ମାଡ଼ ନ ମାରିବାକୁ କାନ୍ଦି କାନ୍ଦି କାକୁତି ମିନତି ହୋଇଥିଲେ ମଧ୍ୟ ସ୍ତ୍ରୀ ତାଙ୍କ ସ୍ଵାମୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଟାଣି ମାଡ଼ ମାରିଥିବା ବେଳେ ତାଙ୍କୁ ଜୀବନରେ ମାରିଦେବାକୁ ପ୍ରେମିକଙ୍କୁ କହିଥିଲେ। ପ୍ରେମିକ ଦିବାକର ଘରେ ଥିବା ଏକ ଠେଙ୍ଗାରେ ତାଙ୍କୁନିସ୍ତୁକ ମାଡ଼ ମାରିବାରୁ ତାଙ୍କ ବାମ ହାତ ଓ ବାମ ଗୋଡ ଭାଙ୍ଗିଯାଇଥିଲା। ସେ କୌଶଳ କ୍ରମେ ଘର ଭିତରୁ ଦୌଡ଼ି ପଳାଇଥିଲେ। ସ୍ତ୍ରୀ ଓ ପ୍ରେମିକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲେ। ସେ ତଳେ ପଡିଯିବାରୁ ମୃତ୍ୟୁବରଣ କରିଥିବା ଭାବି କରି ଉଭୟେ ପଳାଇଥିଲେ। ପ୍ରାଣ ଭୟରେ ଶଙ୍କର ଘର ନିକଟ ଏକ ବୁଦା ଉହାଡ ରେ ରାତି ସାରା ଲୁଚି ରହିଥିଲେ। ସକାଳେ ଖବର ପାଇ ତାଙ୍କ ଶାଳକ ଦଣ୍ଡ ରେଡ୍ଡୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଅଭିଯୁକ୍ତ ପ୍ରେମିକ ଦିବାକର ଫେରାର ଥିବା ଜଣାପଡିଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri