Dailyhunt
ସ୍ବତନ୍ତ୍ର ଅଧିବେଶନରେ ବର୍ଷିଲେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରପତି-କେନ୍ଦ୍ର ଅର୍ଥମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ କହିଲେ...

ସ୍ବତନ୍ତ୍ର ଅଧିବେଶନରେ ବର୍ଷିଲେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରପତି-କେନ୍ଦ୍ର ଅର୍ଥମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ କହିଲେ...

ଭୁବନେଶ୍ୱର,୩୦ା୪: ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ୍‌ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ ଆସିବା ବଦଳରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳା ବିଲ୍‌ ପାସ୍‌ କରି ନ ଥିଲା।

ବିଜେଡି ବି ପଞ୍ଚାୟତସ୍ତରରେ ମହିଳାଙ୍କ ସଂରକ୍ଷଣ କଥା କହି ବାଃ ବାଃ ନେଉଛି। ବିଧାୟକ କିମ୍ବା ଏମ୍‌ପି କଥା ଆସିଲା ବେଳେ ପଛଘୁଞ୍ଚା କାହିଁକି। ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ଼ପଣ୍ଡାଙ୍କର ସଂରକ୍ଷଣ ଅଧିକାର କ୍ଷୁଣ୍ଣ ହୁଏନି। ଯେପର୍ଯ୍ୟନ୍ତ ମହିଳାଙ୍କୁ ବିଧାନସଭା କି ସଂସଦକୁ ପଠାଯାଇନି, ଉଚିତ ସମ୍ମାନ ମିଳିନି। ରାଷ୍ଟ୍ରପତି, କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନାରୀଶକ୍ତି ବନ୍ଦନର ଆବଶ୍ୟକତା ଅଛି; ବିରୋଧୀ ଏଥିରେ ବ୍ରେକ୍‌ ଲଗାଇଛନ୍ତି। ଏହାର ଉଚିତ ଜବାବ ମହିଳମାନେ ଦେବେ। ବିରୋଧୀ ଦଳ ନେତା ଚିଠି ଲେଖି ଉତ୍ତର ମାଗିଥିଲେ। ତାଙ୍କ ଆଶଙ୍କା ନିରର୍ଥକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri