Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
"ସେ ମୋର କିଛି କ୍ଷତି କରିବନି": ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

"ସେ ମୋର କିଛି କ୍ଷତି କରିବନି": ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ କଲାଭଳି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗଜପତି ଜିଲା ମୋହନା ବ୍ଲକ ଲୁହାଗୁଡ଼ି ଗ୍ରାମରେ ଏଭଳି ଏକ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଲୁହାଗୁଡ଼ି ଛକ ରାସ୍ତାକଡ଼ରେ ଥିବା ଏକ ହୋଟେଲରେ ଅଜୟ ପାତ୍ର ନାମକ ଜଣେ ଯୁବକ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି।

ସେ ଦିନସାରା ହୋଟେଲ ଡ୍ୟୁଟି ସାରି ହୋଟେଲ ପଛପଟେ ଥିବା ଏକ କୋଠରୀରେ ବିଶ୍ରାମ ନିଅନ୍ତି। ତେବେ ଦିନେ କି ଦୁଇ ଦିନ ନୁହେଁ, ଗତ ୫ ମାସ ଧରି ପ୍ରତିରାତିରେ ଏକ ବିଷଧର ନାଗସାପ ତାଙ୍କ ସହ ଏହି କୋଠରୀରେ ରହିଆସୁଛି।

ଅଜୟଙ୍କ କହିବା ଅନୁଯାୟୀ, ରାତି ହେଲେ ସାପଟି ବାହାରୁ ଆସି ବିଛଣାରେ ତାଙ୍କ ସହ ଶୋଉଛି ଏବଂ ସକାଳ ହେଲେ ସେଠାରୁ ଚାଲିଯାଉଛି। ଏତେ ଦିନ ଭିତରେ ସାପଟି ତାଙ୍କୁ କେବେହେଲେ କାମୁଡ଼ି ନାହିଁ। ବହୁବାର ସାପଟିକୁ ବିଛଣାରେ ଦେଖିବା ପରେ ମଧ୍ୟ ଅଜୟ ଆଦୌ ଭୟଭୀତ ହୋଇନାହାନ୍ତି। 'ମୁଁ ନାଗ ଗୋତ୍ରର ହୋଇଥିବାରୁ ମୋର କୌଣସି ଭୟ ନାହିଁ ଏବଂ ସେ ମୋର କିଛି ଅନିଷ୍ଟ କରିବ ନାହିଁ' ବୋଲି ଅଜୟ କହିଛନ୍ତି। ଏହି ଅଜବ ଘଟଣା ବିଷୟରେ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri