Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌...

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌...

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ 'ଲାଭ ଯୋଗ' ସୃଷ୍ଟି କରିବେ। ୱେଷ୍ଟର୍ଣ୍ଣ ଆଷ୍ଟ୍ରୋଲୋଜିରେ ଏହାକୁ ସେକ୍ସଟାଇଲ ଆସ୍ପେକ୍ଟ (Sextile Aspect) କୁହାଯାଏ।

ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ୧ ସେପ୍ଟେମ୍ୱର ୨୦୨୬ (ମଙ୍ଗଳବାର) ସଂଧ୍ୟା ୦୬:୪୮ ରେ ବୁଧ ଏବଂ ମଙ୍ଗଳ ପରସ୍ପରଠାରୁ ଦୂରତାରେ ରହି ଲାଭ ଯୋଗ ସୃଷ୍ଟି କରିବେ।

ସେହିପରି ୧୫ ତାରିଖରେ ସୂର୍ଯ୍ୟ ଏବଂ ମଙ୍ଗଳ ୬ ରେ ରହି ଏହି ଯୋଗ ବନାଇବେ, ଯେତେବେଳେ କି ୨୨ ତାରିଖରେ ବୁଧ ଏବଂ ଗୁରୁ ଏହି ଫଳଦାୟୀ ଯୋଗ ସୃଷ୍ଟି କରିବେ। ଏଥିରେ ଏକ ମହାସଂଯୋଗ ହେଉଛି ଯେ ଏହି ତିନୋଟି ଯାକ ତାରିଖ ଗୋଟିଏ ବାର ଅର୍ଥାତ ମଙ୍ଗଳବାର ଦିନ ପଡ଼ୁଛି! ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ:

ମିଥୁନ ରାଶି: ସେପ୍ଟେମ୍ୱର ମାସ ଆପଣଙ୍କ ପାଇଁ ରୋଜଗାର ମାମଲାରେ ନୂଆ ଆଶା ଆଣିପାରେ। ବିଶେଷ କରି ୧ ସେପ୍ଟେମ୍ୱର ପାଖାପାଖି କାମ ସହ ଜଡ଼ିତ କୌଣସି ଭଲ ଆଲୋଚନା ଆରମ୍ଭ ହୋଇପାରେ। ଚାକିରିରେ ଆପଣଙ୍କ କମ୍ୟୁନିକେସନ ସ୍କିଲ କାମରେ ଆସିବ। ଅଟକି ରହିଥିବା କାମ ଆପଣଙ୍କ ପକ୍ଷରେ ଯାଇପାରେ। ବ୍ୟବସାୟୀମାନଙ୍କୁ ନୂଆ କ୍ଲାଏଣ୍ଟ କିମ୍ୱା ନୂଆ ଅର୍ଡରର ରାସ୍ତା ମିଳିପାରେ। ଆୟ ବୃଦ୍ଧି କରିବାର ନୂଆ ଉପାୟ ମନକୁ ଆସିବ। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମନୋନିବେଶ ବୃଦ୍ଧି ପାଇବ।

କର୍କଟ ରାଶି: ସେପ୍ଟେମ୍ୱରରେ ଆପଣଙ୍କ ପାଇଁ ଅର୍ଥ ଏବଂ ପ୍ରଫେସନାଲ ଗ୍ରୋଥ ଦୁଇଟିଯାକ ଗୁରୁତ୍ୱପୂର୍ଣ୍ଣ ରହିବ। ୨୨ ସେପ୍ଟେମ୍ୱର ଆଖପାଖରେ ବୁଧ ଏବଂ ଗୁରୁଙ୍କ ଲାଭ ଯୋଗ ଆପଣଙ୍କ ନିଷ୍ପତ୍ତିକୁ ମଜବୁତ କରିବ। ଚାକିରିରେ ସିନିୟରଙ୍କ ବିଶ୍ୱାସ ମିଳିବ, ଯାହା ଆଗକୁ ଆପଣଙ୍କ ପଦବୀକୁ ମଜବୁତ କରିବ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ପୁଣି ଲାଭ ମିଳିପାରେ। ସଞ୍ଚୟ ବଢ଼ାଇବାର ସୁଯୋଗ ମିଳିବ ଏବଂ ଜୀବନସାଥୀ ଆପଣଙ୍କ ବଡ଼ ନିଷ୍ପତ୍ତିରେ ସାଥ ଦେବେ।

ବୃଷ ରାଶି: ଏହି ମାସରେ ଆପଣଙ୍କ ପରିଶ୍ରମର ଫଳ ଧୀରେ ଧୀରେ ଦୃଶ୍ୟମାନ ହେବ। ଚାକିରିରେ ଆପଣଙ୍କ ଦାୟିତ୍ୱ ବୃଦ୍ଧି ପାଇବା ସହ ସୱତନ୍ତ୍ର ପରିଚୟ ସୃଷ୍ଟି ହେବ। ବ୍ୟବସାୟରେ କୌଣସି ବିଶ୍ୱସ୍ତ ବ୍ୟକ୍ତିଙ୍କ ମାଧ୍ୟମରେ ନୂଆ କାମ ମିଳିପାରେ। ଅର୍ଥ ମାମଲାରେ ପୁରୁଣା ଅଟକି ରହିଥିବା ଟଙ୍କା ମିଳିବାର ଆଶା ଅଛି। ଘର ପାଇଁ କୌଣସି ଜରୁରୀ ଜିନିଷ କିଣିବାର ଯୋଜନା ପୂରଣ ହେବ।

ସିଂହ ରାଶି: ସେପ୍ଟେମ୍ୱରରେ ଆପଣଙ୍କ ଆତ୍ମବିଶ୍ୱାସ ଏବଂ ର୍ନିଣ୍ଣୟ ନେବାର କ୍ଷମତା ଦୁଇଟିଯାକ ମଜବୁତ ରହିବ। ୧ ଏବଂ ୧୫ ସେପ୍ଟେମ୍ୱର ଆଖପାଖରେ କାର୍ଯ୍ୟ ସମ୍ୱନ୍ଧୀୟ ଖାସ ସୁଯୋଗ ମିଳିପାରେ। ଚାକିରିରେ ଲିଡରସିପ ଦେଖାଇବାର ସୁଯୋଗ ମିଳିବ। ଆୟର ନୂଆ ଉତ୍ସ ବନାଇବାର ସୁଯୋଗ ମିଳିପାରେ। ସିଙ୍ଗଲ ଥିବା ଲୋକଙ୍କ କୌଣସି ଖାସ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବଢ଼ିପାରେ।

କନ୍ୟା ରାଶି: ସେପ୍ଟେମ୍ୱର ଆପଣଙ୍କ ଯୋଜନାକୁ ସଫଳତାରେ ବଦଳାଇବାର ମାସ ସାବ୍ୟସ୍ତ ହେବ। ୨୨ ସେପ୍ଟେମ୍ୱର ଆଖପାଖରେ ବୁଧ ଏବଂ ଗୁରୁଙ୍କ ଲାଭ ଯୋଗ ଖାସ ସଙ୍କେତ ଦେଉଛି। ଚାକିରିରେ କାମର ଚାପ ରହିବ, କିନ୍ତୁ ତାହାର ଲାଭ ମଧ୍ୟ ମିଳିବ। ବ୍ୟବସାୟରେ କୌଣସି ଚୁକ୍ତିପତ୍ର (Agreement) ସମ୍ୱନ୍ଧୀୟ କାମ ସମାଧାନ ହୋଇପାରେ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ପାଇଁ ସମୟ ଭଲ ରହିବ।

ତୁଳା ରାଶି:ଆପଣଙ୍କ ପାଇଁ ସେପ୍ଟେମ୍ୱରର ଲାଭ ଯୋଗ ଲୋକଙ୍କ ସହ ଯୋଡ଼ିହୋଇ ଆଗକୁ ବଢ଼ିବାର ସଙ୍କେତ ଦେଉଛି। ଚାକିରିରେ କୌଣସି ସମ୍ପର୍କ (Contact) ରୁ ଭଲ ସୁଯୋଗ ମିଳିପାରେ। କ୍ୟାରିୟର ବଦଳାଇବାର ଯୋଜନା ଥିଲେ ନୂଆ ଅଫର୍‌ ସାମ୍ନାକୁ ଆସିପାରେ। ବ୍ୟବସାୟରେ ଭାଗିଦାରୀ (Partnership) ର ଆଲୋଚନା ଆରମ୍ଭ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରିମିଳିବାର ଆଶା ଅଛି।

ମକର ରାଶି: ସେପ୍ଟେମ୍ୱରରେ ଆପଣଙ୍କ ପରିଶ୍ରମର ସିଧାସଳଖ ପ୍ରଭାବ କ୍ୟାରିୟର ଏବଂ ଫାଇନାନ୍ସ ଉପରେ ପଡ଼ିବ। ଦୀର୍ଘ ଦିନରୁ ଅପେକ୍ଷା କରିଥିବା କାମରେ ଅଗ୍ରଗତି ହେବ। ଚାକିରିରେ ପଦବୀ ମଜବୁତ ହେବ। ବ୍ୟବସାୟରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ରହିବ। ଆୟ ବୃଦ୍ଧି ପାଇବ, କିନ୍ତୁ ବଜେଟ ପ୍ରସ୍ତୁତ କରି ଚଳିବା ଶ୍ରେୟସ୍କର ହେବ। ସମ୍ପର୍କରେ ପାର୍ଟନରଙ୍କ ସହଯୋଗ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri