Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ...

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ...

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କୁ ତ୍ରିନାଥ ମଳିକ ସହଯୋଗ କରିଥିଲେ। ଶପଥ ନେଇଥିବା କର୍ମକର୍ତ୍ତାମାନେ ହେଲେ ସଭାପତି ସନ୍ତୋଷ କୁମାର ନାୟକ, ଉପସଭାପତି ରଜତ କୁମାର ଦାସ, ସମ୍ପାଦକ ଧୀରେନ କୁମାର ସ୍ବାଇଁ, ସହ ସମ୍ପାଦିକା ସ୍ନିଗ୍ଧା ରାଣୀ ଦାସ, କୋଷାଧ୍ୟକ୍ଷ ମଧୁସୂଦନ ପଣ୍ଡା,କାର୍ଯ୍ୟକାରୀ କମିଟି ସଭ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ତ୍ରିପାଠୀ, ସଭ୍ୟ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ତିଆଡ଼ି ଓ ଜ୍ୟୋତି ରଞ୍ଜନ ପ୍ରଧାନ ।

ଏହି ଅବସରରେ ନବ ନିର୍ବାଚିତ ସଭାପତି ନାୟକ ବାର ଆସୋସିଏଶନକୁ ଆଗକୁ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri