Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ...

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ...

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ 'ଛୁଆଁ ମହାସ୍ନାନ' ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି ପାଇଁ କିଛି ସମୟ ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀବିଗ୍ରହଙ୍କ ନୀତି ଚାଲିଥିବା ସମୟରେ ରତ୍ନସିଂହାସନ ଉପରେ ନୀତି ସମ୍ପାଦନ କରୁଥିବା ଜଣେ ପାଳିଆ ସେବକଙ୍କୁ ଅନ୍ୟ ଜଣେ ସେବାୟତ ଛୁଇଁ ଦେଇଥିଲେ।

ଏହା ପରେ ପରମ୍ପରା ଅନୁଯାୟୀ ଶ୍ରୀବିଗ୍ରହଙ୍କ ଛୁଆଁ ମହାସ୍ନାନ ନୀତି କରାଯାଇଥିଲା।

ମହାସ୍ନାନ ନୀତି ପାଇଁ ପ୍ରଥମେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଆବଶ୍ୟକ ନୀତି ଆରମ୍ଭ ହୋଇଥିଲା। ଧୁଆଧୋଇ ହୋଇ ପାଣି ପଡ଼ିବା ନୀତି ସକାଳ ୮ଟା ୫୦ ମିନିଟ୍‌ରେ ସମ୍ପନ୍ନ ହୋଇଥିଲା। ଏହାପରେ ୮ଟା ୫୫ ମିନିଟ୍‌ଷର ସିଂହାସନ ପୋଛା ନୀତି ହୋଇଥିଲା। ପରେ ୯ଟା ୧୦ ମିନିଟ୍‌ରେ ମହାସ୍ନାନ ପୂଜା ଆରମ୍ଭ ହୋଇ ୯ଟା ୨୦ ମିନିଟ୍‌ରେ ଶେଷ ହୋଇଥିଲା।

ମହାସ୍ନାନ ନୀତି ପରେ ମଇଲମ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ନିର୍ଦ୍ଧାରିତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ପୁଣିଥରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଥିଲା। ଛୁଆଁ ମହାସ୍ନାନ ନୀତି ଯୋଗୁ ଶ୍ରୀମନ୍ଦିରର ନୀତିକାନ୍ତିରେ କିଛି ସମୟ ବିଳମ୍ବ ହୋଇଥିଲେ ମଧ୍ୟ ପରମ୍ପରା ଅନୁଯାୟୀ ସମସ୍ତ ନୀତି ସମ୍ପନ୍ନ କରାଯାଇଥିଲା।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri