Dailyhunt
ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା ବୁଲାଇଛନ୍ତି। ଘର ଆଲମିରା ଭାଙ୍ଗି ପ୍ରାୟ ୫ ଭରି ଓଜନର ସୁନା ଅଳଙ୍କାର ସହ ପ୍ରାୟ ୪୦ ଭରି ଓଜନର ରୂପା ଅଳଙ୍କାର ଏବଂ ନଗଦ ୮ହଜାର ୬୦୦ ଟଙ୍କା ଲୁଟି ନେଇଛନ୍ତି।

ପିଣ୍ଟୁ ଗୁରୁବାର ଘରେ ତାଲା ପକାଇ ସ୍ତ୍ରୀ ପିଲା ଛୁଆଙ୍କୁ ଧରି ଶ୍ୱଶୁର ଘର ଜିଉରା ଗାଁକୁ ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିଲେ। ଶୁକ୍ରବାର ସକାଳେ ସେ ଘରକୁ ଫେରିବା ପରେ ଘର ସମ୍ମୁଖ କବାଟ ତାଲା ଭଙ୍ଗାଯାଇଥିବା ଦେଖିଥିଲେ।

ଘର ଭିତରକୁ ଯାଇ ଦେଖିଲା ବେଳେକୁ ଆଲମିରାରୁ ଲୁଗାପଟା ଓ ଆସବାବ ପତ୍ର ଏଣେ ତେଣେ ଫୋପଡ଼ାଯାଇ ଦେଖିଥିଲେ। ଏପରିକି ଆଲମିରାରେ ଥିବା ସୁନା, ରୂପା ଅଳଙ୍କାର ଓ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ଘରୁ ଚୋରି ହୋଇଥିବା ନେଇ ସେ ଥାନାରେ ଏତଲା ଦେଇଥିଲେ।

ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିତଦନ୍ତ କରିବା ସହ ଘର ନିକଟରେ ବିଭିନ୍ନ ବ୍ୟକ୍ତିଙ୍କ ଦୋକାନ ଓ ଘର ସମ୍ମୁଖରେ ଲାଗିଥିବା ସିସିଟିଭି ଯାଞ୍ଚ କରି ପାଖ ପଡୋଶୀ ଲୋକଙ୍କୁ ପଚରାଉଚୁରା କରି ଫେରିଥିବା ଜଣାପଡ଼ିଛି। ପିଣ୍ଟୁ ଘରେ ଅନୁପସ୍ଥିତ ରହିଥିବା ଏବଂ ତାଲା ପକାଇ ଶ୍ୱଶୁର ଘରକୁ ଯାଇଥିବା ଖବର ଦୁର୍ୱୃତ୍ତ ମାନେ ଜାଣିଲେ କେମିତି। ପୂର୍ୱରୁ ପିଣ୍ଟୁ ଏନେଇ କାହାରିକୁ ସୂଚନା ଦେଇଥିଲେ କି ତଦନ୍ତ ବେଳେ ପୋଲିସ ଏହାକୁ ପ୍ରାଥମିକତା ଦେଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।

ଗାଁରେ ମା ' ବୁଢ଼ୀ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ବିଳମ୍ୱିତ ରାତି ଯାଏଁ ଗହଳ ଚହଳ ଲାଗି ରହୁଛି। ହେଲେ ତାଲା ଭାଙ୍ଗି କିଭଳି ଚୋରି ହେଲା ସେନେଇ ପୋଲିସ ମାମଲା ରୁଜୁ କରାଯିବ ବୋଲି ଆଇଆଇସି ଜଣାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri