Sunday, 24 Jan, 11.42 am ଧରିତ୍ରୀ

ହୋମ
ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୪ ।୧: ତୈଳ ଦର ବୃଦ୍ଧିକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋଦି ଉଚ୍ଚ ମୁଦ୍ରାସ୍ପିତିକୁ ନ ଦେଖି ଟ୍ୟାକ୍ସ କଲେକଶନରେ ବ୍ୟସ୍ତ ରହିଛନ୍ତି । ଗ୍ୟାସ, ଡିଜେଲ, ପେଟ୍ରୋଲ ଦର ବୃଦ୍ଧି କରି ମୋଦି ଜିଡିପି ହାରରେ ବଡ ସଫଳତା ପାଇଛନ୍ତି । ଟୁଇଟ୍ କରି ରାହୁଲ କହିଛନ୍ତି, ସାଧାରଣ ଜନତା ମୁଦ୍ରସ୍ଫିତିକୁ ନେଇ ଅସୁବିଧାରେ ପଡୁଥିଲେ ବି ମୋଦି ସରକାର ଟ୍ୟାକ୍ସ କଲେକଶନରେ ବ୍ୟସ୍ତ ରହିଛନ୍ତି । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର କରୋନା ଭାଇରସ ମହାମାରୀ ଯୋଗୁ ଅଶୋଧିତ ତୈଳ ଉତ୍ପାଦନ କମ୍ ଥିବାରୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି କରିଥିବା କହିଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Dharitri
Top